Odiapua.com

ପୁର୍ବତନ ଛାତ୍ର ସଂସଦ ପକ୍ଷରୁ ହାଟଡିହି କଲେଜରେ ସଂଗ୍ରାମଙ୍କୁ ଶ୍ରଦ୍ଧାଞ୍ଜଳୀ

ହାଟଡ଼ିହି,୨୨ / ୮ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି କଲେଜର ପୁର୍ବତନ ଛାତ୍ର ତଥା ପୁର୍ବତନ ଯୁବ କଂଗ୍ରେସର ସଭାପତି ତଥା ବର୍ତ୍ତମାନର କଂଗ୍ରେସ ସମ୍ପାଦକ ଥିବା ସଂଗ୍ରାମ ଜେନାଙ୍କ ଅକାଳ ବିୟୋଗରେ ହାଟଡିହି କଲେଜର ପୁର୍ବତନ ଛାତ୍ରସଂସଦ ପକ୍ଷରୁ ସ୍ୱର୍ଗତ ଜେନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏଥିପାଇଁ ଆୟୋଜିତ ଏକ ଶ୍ରଦ୍ଧାଞ୍ଜଳୀ ସଭାରେ ସମ୍ମାନୀତ ଅତିଥି ଭାବେ ସ୍ମୃତିରଞ୍ଜନ ସ୍ୱାଇଁ, ସତ୍ୟବ୍ରତ ଜେନା, ପୁର୍ବତନ ଛାତ୍ରସଂସଦ ସଭାପତି ଉମାକାନ୍ତ ପଣ୍ଡା, ମାର୍କଣ୍ଡ ଜେନା, ବିପିନି ବରାଳ, ମାନସ ଜେନା, ଅମ୍ଳାନ ଜେନା, ସୁମନ୍ତ ଜେନା, ରାଜେଶ୍ୱର ଦାସ, ଜଗଦାନନ୍ଦ ଜେନା, ଦେବାଶିଷ ନାୟକ, ସ୍ୱସ୍ତିକ ସାମଲ, ସୌରଭ ପରିଡା, ଦେବାଶିଷ ନାୟକ, ଚିତ୍ତ ରଞ୍ଜନ ନାୟକ, ଚିନ୍ମୟ ନାୟକ, ଆଶିଷ ଦ୍ୱବେଦୀ, ଲିଟୁ ରାଉତ, ବାରିଜ ସ୍ୱାଇଁ, ସୌମ୍ୟ ରଞ୍ଜନ ପହି, ଦେବବ୍ରତ ଜେନା, ତ୍ରୀଲୋଚନ ବିଶ୍ୱାଳ, ସୌମେଶ ପରିଡା, ରାଜେଶ ପହି, ବିଶ୍ୱଜିତ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସଂଗ୍ରାମ ଜେନାଙ୍କ ସ୍ମୃତି ଚାରଣ କରିବା ସହ ଜଣେ ଯୁବ ପ୍ରତିଭାଙ୍କ ଅକାଳ ବିୟୋଗରେ ସମସ୍ତେ ମର୍ମାହତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅନେକ ପୁରାତନ ଛାତ୍ରଙ୍କ ସମେତ ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।