ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଏହି ଜିଲାର ବନ୍ତ ବ୍ଲକ ବିନାୟକପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ଆଦର୍ଶ ଶିକ୍ଷକ ୰ ପୁରୁଷୋତମ ଦାସଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ନିରବ ପାର୍ଥନା କରାଯାଇଥିଲା । ଶିକ୍ଷାବିତ ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ୱରେ ହରିହର ପାଣିଗ୍ରାହି, ଚତୁର୍ଭୂଜ ପହି,ନାରାୟଣ ଚନ୍ଦ୍ର ଲେଙ୍କା,ଖଗେଶ୍ୱର ପଣ୍ଡା,ମଧୁସୂଦନ ଘଡାଇ, ରତ୍ନାକର ବାଇ, ଭାସ୍କର ଚନ୍ଦ୍ର ପାଢୀ,ଗୟାଧର ଦାସ,ଉପେନ୍ଦ୍ର ବିଶ୍ୱାଳ,ହୃଷିକେଶ ଗିରି,ରୋହିତ କୁମାର ଜେନା,ଅଲେଖ ଚନ୍ଦ୍ର ନାୟକ,ଅଜୟ କୁମାର ପୃଷ୍ଟି,ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ୰ପୁରୁଷୋତମ ସରଳ ଜୀବନ,କର୍ତବ୍ୟନିଷ୍ଠା,ଏବଂ ଶିକ୍ଷା ପ୍ରତି ସମର୍ପଣ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଭରତ ଚନ୍ଦ୍ର ଓଝା,ଟୁଟୁ କୁମାର ପାଳ,ରମାକାନ୍ତ ବେହେରା,ରବିନ୍ଦ୍ର ଜେନା,ପ୍ରଫୁଲ୍ଲ କୁମାର ଦାସ,ଅନୁପମା ଦାସ,ନିରୁପମା ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ବିଶିଷ୍ଟ ପ୍ରବକ୍ତା ବଂଶୀଧର ମହାପାତ୍ରଙ୍କ ଦ୍ୱାରା ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।