Odiapua.com

ପୁରୁଷଣ୍ଢ ସମିତିରେ ଦୁଗ୍ଧ ସଂଗ୍ରହ କରାଗଲା

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ପୁରୁଷଣ୍ଢ ସମବାୟ ସମିତିରେ ଆଜି ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ସମ୍ପାଦକ ରାଜେନ୍ଦ୍ର ବେଜଙ୍କ ଆବାହକତ୍ୱରେ ସଭାପତି ପ୍ରଶାନ୍ତ ଦାସ ସଭାକୁ ପରିଚାଳନା କରିଥିଲେ। ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ,କାଦବରାଙ୍ଗ ସରପଂଚଞ୍ଚ ତପୋଇ ସେଠୀ,ପୂର୍ବତନ ସରପଂଚ ଭାଗିରଥି ସେଠୀ,ସତ୍ୟସାଧନ ବେଜ,ଦୀପକ ମହାନ୍ତି, ଅମୁଲ୍ୟ ରତ୍ନ ନନ୍ଦ,ବୋର୍ଡ ସଭ୍ୟ ଉପେନ୍ଦ୍ର ପ୍ରସାଦ ପତି,ଜିତେନ୍ଦ୍ର ବେହେରା ,ବିଷ୍ଣୁଚରଣ ସାହୁ ପ୍ରମୁଖ ଯୋଗ ଦେଇ ଆଗରପଡ଼ା ଅଂଚଳର ଗୋପାଳକ ମାନେ ଏଠାରେ ଦୁଗ୍ଧ ଦେଇ ପରିବାରର ଆର୍ôଥକ ବୋଝ ମେଂଟାଇବାରେ ସମିତି ସହାୟକ ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ୬ଜଣ ଚାଷୀଙ୍କ ଠାରୁ ୬୦ ଲିଟର ୬ ଶହ ଗ୍ରାମ ଦୁଗ୍ଧ ସଂଗ୍ରହ କରାଯାଇଥିଲା। ବାବୁରାମ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ତୋଷ ଜେନା,ଆଲୋକ ଭୁୟାଁ,ଶୁଭଲକ୍ଷ୍ମୀ ସାହୁଙ୍କ ସମେତ ଚାଷୀ କମିଟି ସଭ୍ୟ ରବିନ୍ଦ୍ର ସାହୁ,ନାରାୟଣ ଚନ୍ଦ୍ର ଦାସ ସହଯୋଗ କରିଥିଲେ।