Odiapua.com

ପୁରୁଷଣ୍ଢ ଓ ମହାନ୍ତିପଡ଼ାରେ ବିଜେଡିର ଜନ ସଚେତନତା ସଭା

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ବ୍ଲକର ମହାନ୍ତିପଡ଼ା ଓ ପୁରୁଷଣ୍ଢ ପଞ୍ଚାୟତରେ ବିଜେଡିର ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମହାନ୍ତିପଡ଼ା ଠାରେ ଅନୁଷ୍ଠିତ ସଭାକୁ ସ୍ଥାନୀୟ ସରପଞ୍ଚ ନିହାର ରଞ୍ଜନ ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ସଭାକୁ ପରିଚାଳନା କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ପ୍ରପୁଲ୍ଲ ସାମଲ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ସଭାପତି ସତ୍ୟ ସାଧନ ବେଜ, ମହାନ୍ତିପଡ଼ା ସମିତି ସଭ୍ୟ ନିର୍ମଳ ନାୟକ, ପଞ୍ଚାୟତ ସଭାପତି ନନ୍ଦ କିଶୋର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ପଞ୍ଚାୟତରେ ନୂତନ ଭାବେ ଆମ ବ୍ୟାଙ୍କ, କଇଁ ପୋଖରୀ ପଡ଼ିଆର ଉନ୍ନତିକରଣ, ମା ଘଣ୍ଟବାସୁଳାଇ ମନ୍ଦିର ନିର୍ମାଣ ଆଦି ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ମତ ରଖିଥିଲେ । ଏହି ଅବସରରେ ଗାଁ ସାଥି, ଏମ୍‌.ବି.କେ, ବ୍ୟାଙ୍କ ମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ, ଅବସରପ୍ରାପ୍ତ ଡାକ୍ତର, ସେନା ଅଧିକାରୀ, ପୋଷ୍ଟ ମାଷ୍ଟର, ଶିକ୍ଷକ, ଜ୍ୟୋତିଷ ବିଶାରଦ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଅରୁଣ କୁମାର ସାହୁ, ସୁରେଶ ସାହୁ, ପ୍ରଭାଷ କୁମାର ନାୟକ, ଅନନ୍ତ ଚରଣ ସାହୁ, ଅକ୍ଷୟ କୁମାର ମୁଦୁଲି, କିଷ୍ଣା ଦାସ, ଉମେଷ କୁମାର ନାୟକ, ଶରତ ସାହୁ, ମନୋରଞ୍ଜନ ଦାସ, କୃଷ୍ଣ ଚରଣ ଦାଶ, ବିନୋଦ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ପୁରୁଷଣ୍ଢ ପଞ୍ଚାୟତର ଦୋଳ ପଡ଼ିଆ ଠାରେ ଅୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେଡ଼ି ଉପ-ସଭାପତି ପ୍ରଶାନ୍ତ ଦାଶ ସଭା ପରିଚାଳନା କରିଥିଲେ । ଏଠାରେ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ବ୍ଲକ ବିଜେଡି ସଭାପତି, ଯୁବ ସଭାପତିଙ୍କ ସମେତ ୧୪ନଂ ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି , ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ବଡ଼ମହିଁଷଗୋଠ ସରପଞ୍ଚ ବିନୋଦିନୀ ମହାନ୍ତି, ପୂର୍ବତନ ସମିତି ସଭ୍ୟା ଗାୟତ୍ରୀ ବଳ, ବରିଷ୍ଠ ନାଗରିକ ରାମଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ଭାଷଣ ଦେଇଥିଲେ । ନିର୍ବାଚିତ ଜନ ପ୍ରତିନିଧି ମାନେ ଆଗଭର ହୋଇ ପ୍ରକୃତ ହିତାଧିକାରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଧାୟକ କହିଥିଲେ । ସ୍ଥାନୀୟ ସରପଞ୍ଚ ପ୍ରକାଶ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅତିଥି ମାନେ ଅଗ୍ରଣୀ ମହିଳା ମାନଙ୍କୁ ବସ୍ତ୍ର ଦାନ କରିଥିଲେ । ରବିନ୍ଦ୍ର ଜେନା, ପ୍ରଶାନ୍ତ ବିଶ୍ୱାଳ, ବିଷ୍ଣୁ ପ୍ରସାଦ ସାହୁ, ରମେଶ ବେହେରା, ସୁଧାଂଶୁ ଶେଖର ସାହୁ, ବୁବୁ ପାଢୀ, ସିପୁନ ସାହୁ, ପ୍ରମୋଦ ବିଶ୍ୱାଳ, ଭକ୍ତ ବନ୍ଧୁ ପୁହାଣ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଉଭୟ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।