Odiapua.com

ପୁରୁଣା ବଜ଼ାର ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ହାଜି ମହମ୍ମଦ ଅବଦୁଲ ବାରୀଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁସଲିମ ଜମାତ ର ଆଜୀବନ ସଭାପତି , ଜାତୀୟ ସଦଭାବନା ପୁରସ୍କାରପ୍ରାପ୍ତ ଏବଂ ଭାଇଚାରାର ଜନନାୟକ ଜନାବ ହାଜି ମହମ୍ମଦ ଅବଦୁଲ ବାରୀ ଙ୍କ ମୃତ୍ୟରେ ଭଦ୍ରକ ଜଣେ ମୁରବୀଙ୍କୁ ହରାଇଛି ଓ ସେ ଥିଲେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ସଫଳ ସମାଜସେବୀ ଓ ଶାନ୍ତ, ସରଳ ସ୍ୱଭାବର ମଣିଷ ଥିଲେ ଓ ତାଙ୍କ ମିଷ୍ଟ ଭାଷା ସମସ୍ତଙ୍କୁ ଆପଣାଇ ନେଉଥିଲା ଓ ଭଦ୍ରକ ଏନଏସି ର ଉପନଗରପାଳ ଭାବେ ନିର୍ବାଚିତ ହେବା ସହ ୩ ଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ ଓ ସେହିପରି ୱାକଫବୋର୍ଡର ସଦସ୍ୟ ରହିବା ସହ ରାଜ୍ୟ ହଜ କମିଟି ସଭ୍ୟ, ଭଦ୍ରକ ମହିଳା କଲେଜ ଗଭର୍ଣ୍ଣି କମିଟି ସଭ୍ୟ ଥିଲେ ଓ ୧୯୯୩ ରୁ ଶେଷ ନିଶ୍ୱାସ ତ୍ୟାଗ କରିବା ଯାଏଁ ଭଦ୍ରକ ମୁସଲିମ ଜମାତ ର ସଭାପତି ଭାବେ ଦୀର୍ଘ ୨୮ ବର୍ଷ ନିରବଛିନ୍ନ ଭାବେ ନିଜର ଦାୟିତ୍ୱ ସମ୍ବାଳି ଜିଲ୍ଲା ତଥା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଓ ଭଦ୍ରକ ପୁରୁଣା ବଜ଼ାର ବଜ଼ାର ନାଗରିକ ସଙ୍ଘ ଆନୁକୂଲ୍ୟରୁ ଅପରାହ୍ନ ୩ ଘଟିକା ସମୟରେ ପୁରୁଣା ବଜ଼ାର ସ୍ଥିତ ବାଙ୍କାବଜ଼ାର ସୈନିକ ସ୍କୁଲରେ ଅନୁଷ୍ଠିତ ହାଜି ମହମ୍ମଦ ଅବଦୁଲ ବାରୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ତାଙ୍କ ବକ୍ତବ୍ୟ ରେ କହିଛନ୍ତି ଓ ବରିଷ୍ଠ ନାଗରିକ ସଭାରେ ଶିକ୍ଷକ ତଥା କବି ମୁସ୍ତାକ ଗୌହର ଙ୍କ ସଂଚାଳନ ରେ ଅନୁଷ୍ଠିତ ସ୍ମୃତିସଭାରେ ଡାକ୍ତର ହକିମୁଦ୍ଦିନ ସାହେବ , ହାଜି ଅବଦୁଲ ମୁକିତ ଖାନ , ଏସ.ଏମ. ଫାରୁକ, ସୁଧାକର ରାଉତ, ହାଜି ସମିଉଲ୍ଲା ସାହେବ, ଅସରଫ ଅଲି ଖାନ, ବିଦ୍ୟାଧର ସାହୁ , ଲଲାଟେନ୍ଦୁ ମହାନ୍ତି, ନାଶିର ବକ୍ସ , ହରୀ ନନ୍ଦୀ, ହାଜି ଅନୱାର ହୋସେନ, ଇଂ ରେଜାଏ ରସୁଲ, ଶେଖ ସିରାଜୁଦ୍ଦିନ , ବିବେକ ରାୟ , ଜ୍ୟୋତି ପ୍ରକାଶ ମହାନ୍ତି , ହାଜି ଅବଦୁଲ କାସିମ ଖାନ, ଲାଲା ପ୍ରମୋଦ ରାୟ , ହାଜି ଶେଖ ସୁଫିଆନ ଓ ହାଜି ହାଫିଜୁର ରେହେମାନ, ପ୍ରମୁଖ ସ୍ମୃତିଚାରଣ କରିଥିଲେ ।