Odiapua.com

ପୁରୁଣା ପଥରରେ ଚାଲିଛି ନୂଆ କାମ,ଗେଙ୍ଗୁଟି ନଦୀ ସୁରକ୍ଷା ବନ୍ଧ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଭଦ୍ରକ, ୩୦ା୧ – ସରକାରୀ ଅର୍ଥର ହରିଲୁଟ ଏବଂ ନିମ୍ନମାନର କାମକୁ ନେଇ ପୁଣି ଚର୍ଚ୍ଚାରେ ଧାମନଗର ଜଳସେଚନ ବିଭାଗ। ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ଅନ୍ତର୍ଗତ ଗେଙ୍ଗୁଟି ନଦୀ ପୋଲ ନିକଟରେ ଚାଲିଥିବା ୧୦୦ ମିଟର ପଥର ଚଟାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି।ବନ୍ୟା ସମୟରେ ନଦୀବନ୍ଧକୁ ସୁରକ୍ଷା ଦେବା ପାଇଁ ବିଭାଗ ପକ୍ଷରୁ ଏହି ପଥର ଚଟାଣ କାମ କରାଯାଉଛି। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରାୟ ୫ ବର୍ଷ ତଳେ ସେହି ସ୍ଥାନରେ ହୋଇଥିବା ପଥର ଚଟାଣକୁ ବାହାର କରି ଏବେ ସେହି ପୁରୁଣା ପଥରରେ କିଛି ନୂଆ ପଥର ଦେଇ ନୂଆ କାମ କରାଯାଉଛି। ସୂଚନା ଅନୁଯାୟୀ, ଠିକାଦାର ବିଭାଗୀୟ ଅଧିକାରୀଙ୍କ ଅଗୋଚରରେ କିଛି ସ୍ଥାନୀୟ ଦଲାଲଙ୍କ ସହାୟତାରେ ପୁରୁଣା ପଥରକୁ ବାହାର କରି ତଳେ କିଛି ମାଟି ପକାଇ ପୁଣି ସେହି ପଥର ସଜାଇ ଦେଉଛନ୍ତି। ଏଥିପାଇଁ କେତେ ଟଙ୍କା ଅଟକଳ କରାଯାଇଛି, ସେ ନେଇ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ସ୍ଥାନୀୟ ଯୁବ ନେତା ପ୍ରଶାନ୍ତ ନାୟକ ଏବଂ ଅଂଚଳବାସୀଙ୍କ ଅଭିଯୋଗ କରିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଙ୍କ ପ୍ରଚେଷ୍ଟାରେ ନଦୀ ସୁରକ୍ଷା ତଥା ଅଂଚଳ ର ବିକାଶ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହେଉଛି। କିନ୍ତୁ ତୃଣମୂଳ ସ୍ତରରେ କିଛି ଦଲାଲ ଏବଂ ଅସାଧୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସରକାରୀ ଅର୍ଥ ପାଣିରେ ପଡ଼ୁଛି। ପୁରୁଣା ପଥର ବ୍ୟବହାର କରି ନୂଆ ବିଲ୍ କରିବାକୁ ଠିକାଦାର ଯୋଜନା କରୁଥିବା ଅଭିଯୋଗ ହୋଇଛି।ନଦୀବନ୍ଧ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ଏଭଳି ଅବହେଳା ଆଗାମୀ ବନ୍ୟା ସମୟରେ ବିପଦ ସୃଷ୍ଟି କରିପାରେ। ସ୍ଥାନୀୟ ଲୋକେ ଏହି କାମର ଉଚ୍ଚସ୍ତରୀୟ ତଦନ୍ତ ସହ ନିମ୍ନମାନର କାମ ବନ୍ଦ କରି ନୂତନ ପଥରରେ କାର୍ଯ୍ୟ କରିବାକୁ ଦାବି କରିଛନ୍ତି। ଯଦି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ଆଗାମୀ ଦିନରେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିବା ସହ ଦୃଢ ପଦକ୍ଷେପ ନିଆ ଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ହେବାର ସମ୍ଭାବନା ରହିଛି। ନୂଆ ପଥର ରେ କାମ କରା ଯାଉଚି ଯଦି ପୁରୁଣା ପଥର ରେ କାମ କରା ଯାଉଛି ଅଭିଯୋଗ ହେଲେ ଘଟଣା ର ତଦନ୍ତ କରାଯିବ ବୋଲି ବିଭାଗୀୟ କନିଷ୍ଟ ଯନ୍ତ୍ରୀ କହିଛନ୍ତି।