Odiapua.com

ପୁରୁଣା ଇନ୍ଦିରା ଆବାସ ଗୃହର କାନ୍ଥ ଭୁଷୁଡି ଦୁଇ ଗୁରୁତର

ମାଲକାନଗିରି,୧୫ା୯(ଓଡିଆ ପୁଅ) ମାଲକାନଗରି ଜିଲ୍ଲାରେ ଗତ ତନିଦିନଧରି ଲଗାଣ ବର୍ଷା ଲାଗିରହିବା ଦ୍ୱାରା ପୁରୁଣା ଇନ୍ଦିରା ଆବାସ ଗୃହର କାନ୍ଥ ଭୁଷୁଡି ଘରେ କାମକରୁଥିବା ବାପା ଓ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ନାକାମାମୁଡି ପଚାଂୟତ ସଦର ଗ୍ରାମର ପଦୁ ପାଙ୍ଗି ଓ ତାଙ୍କ ପୁଅ ମହୋନ ପାଙ୍ଗି ଆଜି ନିଜ ଇନ୍ଦିରା ଆବାସା ଘରେ ବସି କାମକରୁଥିବା ବେଳେ ହଟାତ କାନ୍ଥଟି ସେମାନଙ୍କ ଉପରେ ଭୁଷୁଡି ପଡିଥିଲା । ସେ ଦୁହେଁ ଚିତ୍କାର କରିବାରୁ ପରିବାର ସଦସ୍ୟ ଓ ଗ୍ରାମବାସୀ ମାନେ ସେଠାକୁ ଆସି ଭଙ୍ଗା କାନ୍ଥ ତଳୁ ବାପା ପୁଅଙ୍କୁ ଉଦ୍ଧାର କରି ପ୍ରଥମେ ବାଲିମେଳା ସ୍ୱାସ୍ଥ୍ୟକେନେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ମାଲକାନଗରି ଜିଲ୍ଲା ହସପିଟାଲକୁ ଡାକ୍ତର ମାନେ ଉଚ୍ଚତର ଚିକିତ୍ସା ନିମନ୍ତେ ପଠାଇ ଦେଇଛନ୍ତି । ପଦୁ ପାଙ୍ଗି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ସଂପ୍ରଦାୟର ସେ ଅନେକ ବର୍ଷତଳେ ଏକ ଇନ୍ଦିରା ଆବାସ ଘର ଟିଏ ପାଇଥିଲେ । ଅଧିକ ବର୍ଷ ପରୁଣା ହୋଇଥିବାରୁ ସେହି ଗୃହଟି ଅଧିକାଂଶ ସ୍ଥାନ ଭାଙ୍ଗି ଯାଇଥିଲା । ଭଲ ଘରଟିଏ ନଥିବାରୁ ସେହି ଭଙ୍ଗା ଇନ୍ଦିରା ଆବସରେ ପରିବାର ସହ ପଦୁ ପାଙ୍ଗି ରହିଆସୁଥିଲେ । ଗତ ତିନିଦିନ ଧରି ଲଗାଣ ବର୍ଷା ହେବା ଦ୍ୱାରା ପୁରୁଣା ଇନ୍ଦିରା ଆବାସଟିର କାନ୍ଥପାଣିରେ ଭିଜି ଆଜି ହଟାତ ଭଷୁଡି ପଡିଛି । ପଦୁ ଜଣେ ଗରିବ ଲୋକ ହୋଇଥିବାରୁ ତାଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହ ଓ ତାଙ୍କୁ ଆଉ ଗୋଟିଏ ନୂତନ ପ୍ରଧାନମନ୍ତ୍ରୀ ଆବାସଟିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।