Odiapua.com

ପୁରୁଣାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରାଷ୍ଟ୍ରୀୟ ନବ ବର୍ଷ ପାଳିତ

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଯୋଜନା ଆଧାରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପୁରୁଣା ବଜାର, ଭଦ୍ରକରେ “ ରାଷ୍ଟ୍ରୀୟ ନବ ବର୍ଷ “ ସମସ୍ତ ଗୁରୁଜୀ ଗୁରୁମା‘ମାନଙ୍କ ସହଯୋଗରେ ପାଳିତ ହୋଇଯାଇଛି । ଏଥରେ “ ସ. ସି. ବି. ମ. ପୁରୁଣାବଜାର ର ପୂର୍ବତନ ସମ୍ପାଦକ ଓ ଜଣେ ସ୍ୱୟଂ ସେବକ ରୂପେ ଜଣାଶୁଣା ମାନ୍ୟ ପ୍ରେମାନନ୍ଦ ବେହେରା “ ଉକ୍ତ ଉତ୍ସବରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ।ଅଭିଭାବିକା ଓ ଶିଶୁ ଭାଇ ଭଉଣୀ ମାନଙ୍କୁ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରି ଡ଼କ୍ଟରଜୀଙ୍କ ମାର୍ଗଦର୍ଶନରେ ପରିଚାଳନା ହୋଇ ସମସ୍ତ ହିନ୍ଦୁ ଏକଜୁଟ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜକିଶୋର ଦାସ ବର୍ତମାନ ପରିସ୍ଥିତିରେ ଭାରତର ଭୂମିକା ସମ୍ବନ୍ଧରେ ସ୍ୱାଗତ ଭାଷଣ ଦେଇଥିଲେ । ମଂଚ ପରିଚାଳନା କାର୍ଯ୍ୟ ଓ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମରେ ହୋଇଥିବା ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଦିଲ୍ଲୀପ ସେଠୀ ଓ ଗୁରୁକୀ ମନ୍ଦରଧର ସାହୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିଥ୍‌ଙ୍କ ପରିଚୟ ବିଦ୍ୟାଳୟର ଗୁରୁଜୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦେଇଥୁଲା ବେଳେ, ଧନ୍ୟବାଦ ଦେଇଥିଲେ ବରିଷ୍ଠ ଗୁରୁଜୀ ରଙ୍ଗାଧର ଲେଙ୍କା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ଗ ନେଇଥିବା ସମସ୍ତ ଶିଶୁ ଭାଇଭଉଣୀ ମାନଙ୍କୁ ମହାପୁ ପୁରୁଷଙ୍କ ବିଷୟରେ ଲିଖୂତ ପୁସ୍ତକ, ଅତିଥିଙ୍କ ଦ୍ୱାରା ପ୍ରଦାନ କଟ କରାଯାଇଥିଲା ଏବଂ ସମସ୍ତ ଗୁରୁଜୀ ଗୁରୁମା ଉକ୍ତି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।