Odiapua.com

ପୁରୁଣାବଜାର ରୋଭର୍ସ କ୍ଲବର ୬୩ତମ ଜନ୍ମଦିନ ପାଳିତ

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାରସ୍ଥିତ ରୋଭର୍ସ କ୍ଲବର ୬୩ତମ ଜନ୍ମଦିନ ପାଳିତ ହୋଇଯାଇଛି । ଆଲୋକର ପର୍ବ ଶୁଭ ଦୀପାବଳୀ ପର୍ବ ରାତ୍ରି ୮ ଘଟିକା ସମୟରେ ରୋଭର୍ସ କ୍ଲବର ପୂର୍ବତନ ଖେଳାଳି ତଥା କ୍ଲବର ସଭାପତି ହାଜୀ କାଶିମ ଖାନଙ୍କ ସଭାପତିତ୍ୱରେ, ସଂପାଦକ ହରୀନନ୍ଦୀଙ୍କ ସଂଯୋଜନାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏହି ସଭା ପୂର୍ବରୁ ମୂଖ୍ୟ ଅତିଥି ଭାବେ ଭଦ୍ରକ ସିଟି ଡି.ଏସ.ପି ଅଂଶୁମାନ ଦ୍ୱିବେଦୀ ଓ ଡିଆବି ଡି.ଏସ.ପି କେ.ଏଲ.ଭୂୟାଁ ମହମବତୀ ଲଗାଇ ଶୁଭାରମ୍ଭ କରିଥିଲେ ଏବଂ ସମ୍ମାନିତ ଅତିଥିଭାବେ ତ୍ୟାଗ ଭୂମିର ସଭାପତି ଅଜୟ ନାୟକ, ସମାଜସେବୀ ସୁଧାକର ରାଉତ, ସମାଜସେବୀ ରବି ମହାପାତ୍ର ଏବଂ ହିନ୍ଦୁ ସୁରକ୍ଷା ସମିତି ସଭାପତି ଓ ସମାଜସେବୀ ବିଦ୍ୟାଧର ସାହୁ ଯୋଗଦାନ କରି କ୍ଲବର ଉନ୍ନତିମୂଳକ କାର୍ଯ୍ୟ ଉପରେ, ଫୁଟବଲ ଖେଳାଳୀ ଉପରେ ଓ ମହାବୀର ପଡ଼ିଆର ଉନ୍ନତିମୂଳକ କାର୍ଯ୍ୟ ଉପରେ ଦିଗଦର୍ଶନ ଦେଇ ରୋଭର୍ସ କ୍ଲବର ଜନ୍ମଦିନ କେକ କଟା କାର୍ଯ୍ୟକ୍ରମ ହୋଇଥିଲା । ଏହି ସଭାରେ ରୋଭର୍ସ କ୍ଲବର ସଭ୍ୟ ତଥା ଫେଲୋସିପର ଚେୟାରମ୍ୟାନ ହାଜି ଏସ.ଏମ.ଫାରୁକ, ଶେଖ ନିଜାମୁଦ୍ଦିନ, ସହିଲ ଅହେମଦ, ଜମିଲ ଅଖତର ଖାଁ, ଶକିଲୁଜ ଜମା ଖାନ ପ୍ରମୁଖ ତାଙ୍କ ବକ୍ତବ୍ୟରେ କ୍ଲବର ଉନ୍ନତିମୂଳକ କାର୍ଯ୍ୟ ଓ ହିନ୍ଦୁ / ମୁସଲମାନଙ୍କ ଭାଇଚାରା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ସଂଚାଳକ ଭାବେ ବିଶିଷ୍ଟ କବି ମୁସ୍ତାକ ଗୌହର ଦାୟିତ୍ୱ ତୁଲାଇଥିଲେ । ରୋଭର୍ସ କ୍ଲବର ସଭ୍ୟ ମିର୍ଜା ଫରୟାଦ ବେଗ, ମହେବୁବ ଖାନ, ନାସିର ଖାନ, ର୍ମିଜା ଇଜାଜ ବେଗ, ମିର୍ଜା ଅଖତର ବେଗ, ସୈୟଦ କେତାବ ଅଲୀ, ଶେଖ ଅନୱର, ଶେଖ ଜୁଲଫୁକାର, ମୁନକା ଖାଁ, ସବ୍ୱର ଅଲୀ, ସଲିମ ଖାଁ ଏବଂ ଫୁଟବଲ ଖେଳାଳୀମାନେ ଉପସ୍ଥିତ ରହିଥିଲେ ।