Odiapua.com

ପୁରୁଣାବଜାର ଥାନା ପକ୍ଷରୁ ଚଢାଉ : ୨କୁଇଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଜର୍ଦ୍ଦା ଛଡ଼ାକ ମହଲାରୁ ଜବତ ଅଭିଯୁକ୍ତ ଗିରଫ

ଭଦ୍ରକ, ୧୯/୧୨ (ଓଡ଼ିଆ ପୁଅ/ ସ୍ନିଗ୍ଧା ରାୟ) – ଭଦ୍ରକର ପୁରୁଣା ବଜାର ଥାନା ଅଂଚଳରୁ ପୁଣିଥରେ ନକଲି ଜର୍ଦ୍ଦା କାରଖାନାକୁ ପୁଲିସ୍ ଠାବ କରି ପ୍ରାୟ ୨କୁଇଣ୍ଟାଲ ରୁ ଉର୍ଦ୍ଧ୍ବ ବିଭିନ୍ନ ନାମୀ ଦାମୀ କମ୍ପାନୀର ନକଲି ଜର୍ଦ୍ଦା ଜବତ କରିଛି। ପ୍ରାପ୍ତ ଖବରରୁ ପ୍ରକାଶ ପୁରୁଣା ବଜାର ଥାନା ପକ୍ଷରୁ ଥାନାଧିକାରୀ ଗଣେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ ଏକ ଟିମ୍ ପୁରୁଣା ବଜାର ଅଂଚଳର ଛଡ଼ାକ ମହଲା ପଠାଣ ସାହି ନିବାସୀ ସ୍ଵର୍ଗତ ସେକ ନିଜାମର ପୁତ୍ର ସେକ୍ ସୁପା ନାମକ ଜଣେ ମାଫିଆଙ୍କ ଘର ଉପରେ ଚଢାଉ କରି ପ୍ରାୟ ୨ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଶିବଦାତା ଓ କନକ ଭଳି ନାମୀଦାମୀ କଂପାନୀର ନକଲି ଜର୍ଦ୍ଦା ସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ମଧ୍ୟ ଜବତ କରିଛି। ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି ବୋଲି ଥାନାଧିକାରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି।