Odiapua.com

ପୁରୁଣାବଜାର ଅଂଚଳରୁ ୨ଟି ମନ୍ଦିରରୁ ହୁଣ୍ଡିବାକ୍ସ ଲୁଟ୍

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ପୁରୁଣାବଜାର ଥାନା ଅଧୀନରେ ଦୁଇଟି ମନ୍ଦିରରୁ ଚୋରମାନେ ତାଲା ଭାଙ୍ଗି ହୁଣ୍ଡିବାକ୍ସ ଲୁଟ୍ କରିଛନ୍ତି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଥାନା ଅଧୀନରେ ଥିବା ସନ୍ଥିଆସ୍ଥିତ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୃବୁର୍ତ୍ତମାନେ ତାଲା ଭାଙ୍ଗି ହୁଣ୍ଡିବାକ୍ସକୁ ଲୁଟ୍ କରି ନେବା ପରେ ପାଖ ବିଲରେ ପକାଇ ଦେଇଛନ୍ତି । ତେବେ ପୁଲିସ୍ ଏହି ଖବର ପାଇ ତଦନ୍ତ ଆରମ୍ଭ କରିଥିବାବେଳେ ବିଲରୁ ହୁଣ୍ଡିବାକ୍ସ ଦୁଇଟିକୁ ଉଦ୍ଧାର କରିଥିଲେ ମଧ୍ୟ ସେଥିରେ କେତେଟଙ୍କା ଥିଲା, ତାହାର ସଠିକ୍ ତଥ୍ୟ ପାଇପାରିନାହାଁନ୍ତି ।