Odiapua.com

ପୁରୀ : ହୋଟେଲର ୬ ମହଲା କୋଠାରୁ ତଳକୁ ଖସି ପଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ୨୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ କ୍ରିଷ୍ଣା ସି ସାଇଟରେ ଅଘଟଣ। ହୋଟେଲର ୬ ମହଲା କୋଠା ଉପରୁ ତଳକୁ ଖସି ପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ। ମୃତ ପର୍ଯ୍ୟଟକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧିନ ଉଦୟପୁର ଅଞ୍ଚଳର ଲିଙ୍ଗରାଜ ସାହୁ।‌ ଖବର ପାଇ ଘଟଣାସ୍ଥଳରେ ବଳିଆ ପଣ୍ଡା ଥାନା ପୋଲିସ ସହିତ ଏସପି କନୱର ବିଶାଳ ସିଂ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ। ଛାତରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି କି ତାଙ୍କୁ ସାଙ୍ଗମାନେ ଛାତରୁ ଠେଲି ହତ୍ୟା କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ସେପଟେ ତାଂକ ରୁମ୍ ରହୁଥିବା ତାଂକ ସହକର୍ମୀ କହିଛନ୍ତି ସେମାନେ ଦୁଇ ଜଣ ରାତିରେ ଶୋଇ ଥିଲେ। ସକାଳେ ଏଭଳି ଅଘଟଣ ହୋଇଥିବା ସେ ଖବର ପାଇଲେ। ଏହି ଅଘଟଣ ନେଇ ସେ କିଛି ବି କହିପାରିବିନି ବୋଲି ମୃତ ଲିଙ୍ଗରାଜଙ୍କ କମ୍ପାନୀ ସହକର୍ମୀ କହିଛନ୍ତି। ମୃତ ଲିଙ୍ଗରାଜ ନିଜ କମ୍ପାନୀର ଏକ ବୈଠକରେ ଯୋଗ ଦେବାକୁ ପୁରୀ ଆସିଥିବା ଜଣାପଡ଼ିଛି।