Odiapua.com

ପୁରୀ – ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ପୁରୀ ୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ୱତନ୍ତ୍ର ପଦକ୍ଷଣ ଗୃହ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ନିଡାମ୍ବର ଭାବେ ତାଳବଣିଆ ସ୍ଥିତ ଜିଲ୍ଲା ସ୍ପୋର୍ଟ କମ୍ଲେକ୍ସ ଆୟୋଜନ ହେବା ନେଇ ନିଷ୍ପତି ନିଆଯାଇଛି। ସକାଳ ୯ ଟା ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ ପୂର୍ବକ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିବେ। କେବଳ ପୋଲିସ୍ ବାହିନୀ ପକ୍ଷରୁ ଉତ୍ସବ ପାଳନ ପ୍ୟାରେଡ୍ ହେବ ଏବଂ ଅନ୍ୟ କୌଣସୀ ଦଳକୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ। କୋଭିଡ୍ ଯୋଦ୍ଧାଭାବେ ପରିଚିତ ଆଶା, ଅଙ୍ଗନୱାଡୀ କର୍ମୀ, ଏଏନ୍‌ଏମ୍‌, ସ୍ୱାସ୍ଥ୍ୟ କର୍ମୀ ଡାକ୍ତର ପୋଲିସ୍‌, ଅଗ୍ନିସମ, ସଫେଇ କର୍ମୀ, ଆମ୍ବୁଲାନ୍ସ ଡାଇଭର ଓ କୋରନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ସବକୁ ଆମନ୍ତ୍ରୀତ କରାଯିବ। ବାହାର ବ୍ୟକ୍ତିଙ୍କ ପ୍ରବେଶ ଅନୁମୋତି ଦିଆଯିବ ନାହିଁ। ସ୍ୱାଧୀନତା ଦିବସ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୂନ ପରିବେଷଣ କରାଯିବ। ପୌରସଂସ୍ଥା ପକ୍ଷରୁ ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଅଖିଳେଶ୍ୱର ସିଂ ଅତିରିକ୍ତ ଜିଲ୍ଳାପାଳ ପ୍ରଦୀପ କୁମାର ସାହୁ ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜି ସି ରାୟ ରିଜର୍ଭ ଇଂନ୍ସପେକ୍ଟର ଚନ୍ଦ୍ର ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ।