ପୁରୀ ୧୯.୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରର ଖାଉଟିମାନେ ଦୀର୍ଘ ୮ମାସ ଧରି ଗହମ ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ଦିଗରେ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁବ୍ରତ କୁମାର ହୋତା ପ୍ରକାଶ କରିଛନ୍ତି। ସେହିପରି ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ୧୦୦ଟି ଧାନମଣ୍ଡି ଖୋଲାଯାଇ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ୯୮ଟି ମଣ୍ଡି ସୋସାଇଟି ମାଧ୍ୟମରେ ଖୋଲା ଯାଇଥିବା ବେଳେ ୨ଟି ମଣ୍ଡି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଖୋଲା ଯାଇଛି। ୨ଲକ୍ଷ ୮୫ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଚଳିତ ମାସ ୧୭ ତାରିଖରୁ ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଶ୍ରୀ ହୋତା ପ୍ରକାଶ କରିଛନ୍ତି।