Odiapua.com

ପୁରୀ ସହରରେ ଟ୍ରାଫିକ ଧର ପକଡ଼

ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସଡ଼କ ସୁରକ୍ଷା ମାସ ଚାଲୁଥିବା ବେଳେ ସହରରେ ଟ୍ରାଫିକ ପୋଲିସ ପକ୍ଷରୁ ଜୋରସୋରରେ ଧର ପକଡ଼ ଆରମ୍ଭ ହୋଇଛି। କୁମ୍ଭାରପଡ଼ା ଅଞ୍ଚଳରେ ଜଣେ ନାବାଳକ ବେପରୁଆ ଭାବେ ଆପାଚି ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି। ଡ଼୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ନାବାଳକର ଅଭିଭାବକକୁ ୨୫୦୦୦ ଟଙ୍କା ଜରିମାନା ହୋଇଛି। ଏଥିସହ ଉକ୍ତ ଆପାଚି ଗାଡ଼ିକୁ ଜବତ କରି ଜିଲ୍ଲା ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୁରୀ ସହରର ଉପକଣ୍ଠସ୍ଥ ବିଭିନ୍ନ ପ୍ରମୁଖ ଛକ ତଥା ସହର ମଧ୍ୟରେ ଟ୍ରାଫିକ ଚେକିଙ୍ଗ କୁ କଡ଼ାକଡ଼ି କରାଯାଇଛି।