Odiapua.com

ପୁରୀ ସମୁଦ୍ର ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ

ପୁରୀ ୧୨-୬ ((ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)) ପୁରୀ ସମୁଦ୍ର ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ ହୋଇ ଯାଇଛନ୍ତି। ପୁରୀ ବେଳାଭୂମିରେ ଥିବା ହୋଟେଲ କାମେଲିଆ ନିକଟ ବେଳାଭୂମିରେ ଏହି ଅଘଟଣ ଘଟିଛି। ନିଖୋଜ ପର୍ଯ୍ୟଟକ ଙ୍କ ନାଁ ହେଉଛି ଉଜ୍ଜ୍ୱଳା ଦାସ। ସେ ପଶ୍ଚିମ ବଙ୍ଗର ଉତ୍ତର ୨୪ ପ୍ରଗଣାର ଦୁର୍ଗା ନଗରର ବାସିନ୍ଦା। ଆଜି ସକାଳେ ସେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି। ସେପଟେ ନିଖୋଜ ପର୍ଯ୍ୟଟକଙ୍କୁ ଉଧାର ପାଇଁ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ମାନେ ସନ୍ଧାନ ଜାରି ରଖିଛନ୍ତି। ପୁରୀ ସମୁଦ୍ର ରେ ଉଚ୍ଚ ଜୁଆର ଯୋଗୁ ଅନେକ ପର୍ଯ୍ୟଟକଙ୍କର ଅକାଳରେ ଜୀବନ ଯାଉଛି। ବେଳାଭୂମିରେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସତ୍ତ୍ୱେ କିଛି ପର୍ଯ୍ୟଟକ ଏହା ମାନୁ ନ ଥିବା ନଜିର ରହିଛି।