Odiapua.com

ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଗଭୀର ସମୁଦ୍ରରେ ଭାସି ମୃତ୍ୟୁ ବରଣ କଲେ ପର୍ଯ୍ୟଟକ

ପୁରୀ ୧୦-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ। ମଙ୍ଗଳବାରଦିନ ଭୀର ସମୁଦ୍ରରେ ଭାସି ମୃତ୍ୟୁ ବରଣ କଲେ ପର୍ଯ୍ୟଟକ। ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ। ସମୁଦ୍ର କୂଳ ସେକ୍ଟର ୧ ନଂ ରେ ମିନାକ୍ଷୀ ତାଙ୍କର ସାଙ୍ଗଙ୍କ ସହ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ବହୁତ ଖୋଜାଖୋଜି କରିବା ପରେ ବ୍ଲୁଫ୍ଲାଗ୍ ସମୁଦ୍ରରୁ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ତେବେ ମିନାକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।