Odiapua.com

ପୁରୀ ସମୁଦ୍ରରେ ଏକ ଅଘଟଣ

ପୁରୀ ୧୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସମୁଦ୍ରରେ ଉଦ୍‌ଘାଟିତ ହୋଇଥିବା ଏକ ସ୍ପୀଡ଼ ବୋଟ୍ ପୁରୀ ହୋଟେଲ ସମ୍ମୁଖରେ ପୋଡ଼ିଯାଇଛି। ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ଏକ ପରିବାର। ବ୍ୟାଥିଙ୍ଗ ଯୋନ୍‌ରେ ଜଳକ୍ରୀଡ଼ା ପାଇଁ ଅନୁମୋତି ପାଇଥିବା କମଲଦେବଙ୍କ କମ୍ପାନୀର ଏହି ସ୍ପୀଡ଼ ବୋଟ ଆଜି ଅପରାହ୍ନରେ ଗୋଟିଏ ପରିବାରର ୬ଜଣଙ୍କୁ ନେଇ ପୁରୀ ହୋଟେଲ ସମ୍ମୁଖ ସମୁଦ୍ରକୁ ଯାଇଥିଲା। ହଟାତ୍‌, ଭାରସାମ୍ୟ ହରାଇ ବୋଟଟି ଓଲୋଟି ଯାଇଥିଲା। ତୁରନ୍ତ ସେଠାରେ ମୃତୟନ ଥିବା ଲାଇଫ୍ ଗାର୍ଡ଼ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ। ପରିବାରର ୬ଜଣଙ୍କ ଭିତରେ ଗୋଟିଏ ଛୋଟ ପିଲା ମଧ୍ୟ ଥିଲା।