ପୁରୀ ୨୩-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ। ଜଗନ୍ନାଥ ବଲ୍ଲଭରେ ପୁରୀ ସଦର ବିଜେଡ଼ି ପକ୍ଷରୁ ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ରନ୍ଦେନ୍ଦ୍ର ପ୍ରତାପ ସ୍ଵାଇଁ, ଦେଵୀ ପ୍ରସାଦ ମିଶ୍ର, ପୂରୀ ସାଂସଦ ପିନାକୀ ମିଶ୍ର, ପୂରୀ ଜିଲା ବିଜେଡ଼ିର ସଭାପତି ମହେଶ୍ୱର ମହାନ୍ତି, ବିଜୁ ଯୁବ ଜନତା ଦଳ ଉପ ସଭାପତି ସୁନିଲ ମହାନ୍ତି ପ୍ରମୁଖ ଯୋଗ ଦେଇ ଦଳର ଆଗାମୀ କାର୍ଯକ୍ରମ, ଲୋକଙ୍କ ପାଖରେ କିଭଳି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାରୀ ଯୋଜନା ପହଂଚି ପାରିବ ସେ ନେଇ ଦଳୀୟ କର୍ମୀ ଙ୍କୁ ଉଦବୋଧନ ଦେଇ ଥିଲେ। ଗତ ୨୦୧୯ ନିର୍ବାଚନ ରେ ପୁରୀ ବିଧାନସଭା ଆସନ ଶାସନ ଦଳ ପରାଜିତ ହୋଇ ଥିବା ବେଳେ ଆଗାମୀ ୨୦୨୪ ନିର୍ବାଚନ ଦଳ ବିପୁଳ ବିଜୟ ହାସଲ କରିବ ସେ ନେଇ ଦଳୀୟ କର୍ମୀ ଗୁରୁମନ୍ତ୍ର ପ୍ରଦାନ କରିଥଲେ ଦଳର ବରିଷ୍ଠନେତାମାନେ। ବିଜେପି ଦେଶରେ ଯେଭଳି ଘୃଣା ରାଜନୀତି ଆରମ୍ଭ କରି ଦେଶରେ ଧର୍ମ ଧର୍ମ ଭିତରେ ବିଭେଦ ସୃଷ୍ଟି କରୁଛି, ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଛି, ଓଡ଼ିଶାକୁ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଅବହେଳା କରୁଛି ତାକୁ ମୁଦା କରି କର୍ମୀ ମାନେ ଭୋଟରଙ୍କ ନିକଟତର ହୋଇ ଆସ୍ଥା ଭାଜନ ହେବାକୁ ବରିଷ୍ଠ ନେତାମାନେ କର୍ମୀଙ୍କୁ ଆହ୍ଵାନ ଦେଇଥିଲେ। ପୁରୀ ସଦର ବିଧାନ ସଭା ଆସନରେ ବିଜେପିକୁ ଭୋଟ ଦେଇ ଭୋଟର ମାନେ କିଭଳି ଅସୁବିଧା ଭୋଗୁଛନ୍ତି ତାହା ବିଷୟରେ ଲୋକ ମାନେ ଅବଗତ ହୋଇ ସାରିଲେଣି। ପୁରୀ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ଲୋକ ମାନେ ଗ୍ରହଣ କରିଥିବା ବେଲେ ଆଗାମୀ ନିର୍ବାଚନ ରେ ପୁରୀ ବିଧାନ ସଭା ଆସନ ରେ ବିଜେଡ଼ି ପୁଣି ବିପୁଳ ବିଜୟ ହାସଲ କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ବିଜୁ ଯୁବ ଜନତା ଦଳ ଉପ ସଭାପତି ତଥା ପୁରୀ ର ନୁଆ ଯୁବ ଚେହେରା ସୁନିଲ ମହାନ୍ତି।
ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ
