Odiapua.com

ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା : ଶ୍ରୀମନ୍ଦିର ଗୁମୁଟରୁ ଜଣେ ମହିଳା ଡେଇଁ ପଡ଼ିବାରୁ ମୃତ୍ୟୁ

ପୁରୀ ୧-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଗୁମୁଟରୁ ଜଣେ ମହିଳା ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ପରିଚୟ ଜଣାପଡିନାହିଁ। ଅପରାହ୍ନ ୩ ଟା ରେ ଏହି ଘଟଣା ଘଟିଛି। ତେବେ ଉକ୍ତ ମହିଳା କାହିଁକି ଓ କେମିତି ଗୁମୁଟ ଉପରକୁ ଚଢିଲେ ତାହା କିଛି ଜଣାପଡିନାହିଁ।

ଶ୍ରୀମନ୍ଦିରରେ କଡ଼ା ନିରାପତ୍ତା ବ୍ୟବସ୍ଥା ସତ୍ତ୍ୱେ ଏଭଳି ଅଘଟଣ ଘଟିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

ଗୁମୁଟରୁ ପଡ଼ି ଗୁରୁତର ଆହତ ମହିଳାଙ୍କୁ ପୋଲିସ ପୁରୀ ମେଡ଼ିକାଲରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।