Odiapua.com

ପୁରୀ ଶିକ୍ଷା ଜିଲ୍ଲାରେ ପାସ୍ ହାର ୮୬.୮୨ ପ୍ରତିଶତ

ପୁରୀ ୩୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ) ଆଜି ମ୍ୟାଟ୍ରିକ୍ ପରୀକ୍ଷା ଫଳ ବାହାରିଥିବା ବେଳେ ପୁରୀ ଶିକ୍ଷା ଜିଲ୍ଲାରେ ଛାତ୍ରଛାତ୍ରୀ ମାନଙ୍କର ପାଶ୍ ହାର ୮୬.୮୨ ପ୍ରତିଶତ ପୁରୀ ଶିକ୍ଷା ଜିଲ୍ଲାରେ ୨୦୬୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳ ସେମାନଙ୍କ ମଧ୍ୟରୁ ଏ ୱାନ୍ ଗ୍ରେଡ୍ ରେ ୯୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ତନ୍ମଧ୍ୟରୁ ପୁରୀ ଘୋଡାବଜାର ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟର ୧୪ ଜଣ ଛାତ୍ର (ଏ ୱାନ୍) ଗ୍ରେଡ୍ ପାଇଥିବା ବେଳେ ୫୭୭ ନମ୍ବର ରଖି ଆୟୁଷମାନ ନନ୍ଦ ଉଲ୍ଲେଖ ନୀୟ ସଫଳତା ହାସଲ କରିଛନ୍ତି। ଯାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଗର୍ବାନ୍ୱୀତ ହୋଇଛନ୍ତି। ଆୟୁଷ୍ମାନ୍ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ମତ ପ୍ରକାଶ କରିଛନ୍ତି।