Odiapua.com

ପୁରୀ ରାଏ ବାହାଦୁର ଲେନ୍‌ ହତ୍ୟାକାଣ୍ଡ ଘଟଣାରେ ୪ ଅଭିଯୁକ୍ତ ଗିରଫ

ପୁରୀ ୩ -୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ କୁମ୍ଭାରପଡା ଥାନା ଅଧିନରେ ଥିବା ରାୟ ବାହାଦୂର ଲେନରେ ଗତକାଲି ହୋଇଥିଲା ଏକ ହତ୍ୟାକାଣ୍ଡ।

ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାୟ ବାହାଦୂର ଲେନର ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା।

ଆଉ ଦୁଇ ଅନ୍ୟ ଅଭିଯୁକ୍ତ ହେଲେ ପୁରୀ ସଦର ଥାନା ପତିତପାବନ ନଗରର ପୂର୍ଣଚନ୍ଦ୍ର ବେହେରା, ନୟାଗଡ଼ ଫତେଗଡ଼ର ଚିତ୍ତ ମହାରଣା।

ପୋଲିସ ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ଭିକି ନାୟକଙ୍କର ମୃତ୍ୟୁ ଘଟିଛି।

ପୋଲିସ୍ କହିଛିଯେ, ୨ ତାରିଖ ଦିନ ସାଢ଼େ ଚାରିଟା ସମୟରେ ମୃତ ଭିକି ନାୟକ ଘରୁ ବାହାରକୁ କୌଣସି ଏକ କାର୍ଯ୍ୟରେ ଯାଉଥିଲେ।

ଏହି ସମୟରେ ରାସ୍ତା ଉପରେ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ।

ପୂର୍ବ ଶତ୍ରୁତାକୁ ନେଇ ଛୁରାରେ ଆକ୍ରମଣ କରାଯାଇ ଥିଲା।

ମୃତ ବିକି ନାୟକଙ୍କ ବେକରେ ଗଭୀର ଆଘାତ ଲାଗିଥିଲା।

ପରେ ତାଙ୍କ ସମ୍ପର୍କୀୟମାନେ ଖବର ପାଇ ଭିକିଙ୍କୁ ଗୁତୁତର ଅବସ୍ଥାରେ ଉଦ୍ଧାର କରି ପୁରୀ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଭିକିକୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାରେ ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

ତେବେ ସେହିପରି ଘଟଣା ପଛରେ କଣ କାରଣ ରହିଛି ଏବଂ ଆଉ କାହାର ହାତ ଅଛି ସେ ନେଇ ଅଧିକ ତଦନ୍ତ ପାଇଁ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ପୁରୀ ଅତିତିକ୍ତ ଏସ୍ପି ମିହିର ପଣ୍ଡା କହିଛନ୍ତି।