Odiapua.com

ପୁରୀ : ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ ମହିଳା ବିଜେଡ଼ିର ଧାରଣା

ପୁରୀ ୨୩-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ ଓହ୍ଲାଇ ପ୍ରତିବାଦ କରିଛି ମହିଳା ବିଜେଡ଼ି। ରାଜ୍ୟ ବ୍ୟାପି ଏହି ପ୍ରତିବାଦ କରାଯାଉ ଥିବା ବେଳେ ପୁରୀ ସଦର ବ୍ଲକ ସମ୍ମୁଖରେ ମଧ୍ୟ ଏହି ପ୍ରତିବାଦ କରିଛି ମହିଳା ବିଜୁ ଜନତା ଦଳ। ମହିଳା ବିଜେଡ଼ି ର ଶତାଧିକ କର୍ମୀ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଶେଷ କରି ଏଲପିଜି ଗ୍ୟାସ ବୃଦ୍ଧି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଗ୍ୟାସ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିବା ବେଳେ ସଦରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶାନ୍ତିଲତା ପ୍ରଧାନଙ୍କ ନେତୃତ୍ୱରେ ଏହି ପ୍ରତିବାଦ ପ୍ରଦର୍ଶନ କରାଇଯାଇଥିଲା।