Odiapua.com

ପୁରୀ ବଡ଼ଦାଣ୍ଡରେ ଭୟାବହ ଅଗ୍ନିକାଣ୍ଡ : ଦୀର୍ଘ ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ

ପୁରୀ ୯-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଶ୍ରୀମନ୍ଦିର ଠାରୁ ପ୍ରାୟ ପାଞ୍ଚଶହ ମିଟର ଦୁରରେ ବଡଦାଣ୍ଡରେ ଘଟିଛି ଅଗ୍ନିକାଣ୍ଡ। ଗତକାଲି ରାତିରୁ ହୋଇଛି ଅଗ୍ନିକାଣ୍ଡ। ନିଆଁ ଲାଗିଯିବା ଯୋଗୁଁ ପୁରୀ ମରଚେଇକୋଟ ଛକ ନିକଟ ବଡଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସଟି ଗତକାଲି ରାତିରୁ ଜଳୁଛି। ଏକ ଲୁଗା ଦୋନାନରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ତିନି ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସରେ ଗୋଟିଏ ବ୍ୟାଙ୍କ, ଜୁଏଲେରୀ, ଲୁଗାଦୋକାନ ସହ ଅନେକ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ବେଳେ ବଳଭଦ୍ର ଅତିଥି ଭବନ ମଧ୍ୟ ଲାଗି ରହିଛି। ଗତକାଲି କମ୍ପ୍ଲେକ୍ସରେ ଥିବା ହୋଟେଲ ସମ୍ରାଟରେ ରହିଥିବା ମହାରାଷ୍ଟ୍ର ଓ ଓଡ଼ିଶାର ପ୍ରାୟ ତିନିଶହ ଭକ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। କୌଣସି ମୃତାହତ ଖବର ନଥିଲେ ମଧ୍ୟ ଜଣେ ଭିନ୍ନକ୍ଷମଙ୍କ ସମେତ ତିନି ଜଣ ଆହତ ହୋଇଥିବା ଖବର ମିଳୁଛି। ଆହତ ମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସୁନାଦୋକାନୀ ଗହଣା ଓ ତାର ସମସ୍ତ ଆସବାବପତ୍ର ଖାଲି କରିଦେଇଛନ୍ତି। ତେବେ ଗହଣା ଗାଣ୍ଠି ଉଦ୍ୟମ ଓ ଉଦ୍ଧାର କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ୪ଜଣଙ୍କୁ ଉଠାଇ ନେଇଛି ପୁଲିସ। ସେପଟେ ଗତକାଲି ଠାରୁ ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୬ଟି ଦମକଳ ବାହିନୀ ଅପରେସନ ଜାରି ରଖିଛନ୍ତି। ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ଅଗ୍ନିଶମ ବିଭାଗର ୫ରୁ ଉର୍ଦ୍ଧ୍ବ କର୍ମଚାରୀ ଅଣନିଶ୍ୱସୀ ହେବା ସହ ଆହତ ହୋଇଛନ୍ତି। ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର କିଟ୍ ଯୋଗାଇ ଦିଆଯାଇଛି। ଯାହା ଦ୍ୱାରା ନିଆଁ ଲାଗିଥିବା ସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରିଛି। ଘଟଣାସ୍ଥଳରେ ଡେପୁଟି ଅଗ୍ନିଶମ ବିଭାଗ ଅଫିସର, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସପି ମିହିର ପଣ୍ଡା, ସିଟିଡିଏସପି, ଟାଉନଥାନା ଆଇଆଇସି ଗୋକୁଳାନନ୍ଦ ଦାସ, କୁମ୍ଭାରପଡା ଥାନାଧିକାରୀ, ସିଂହଦ୍ୱାର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ହେଲେ ଦୀର୍ଘ ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ ରହିଛି। ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଯଦିଓ କୌଣସି ଜୀବନ ହାନି ହୋଇନାହିଁ। କିନ୍ତୁ ଧୀରେ ଧୀରେ ବିପଦଶଙ୍କୁଳ ହେଉଛି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ କୋଠା ଓ ଆଖପାଖ କୋଠାବାଡି। ନିଆଁର ଉତ୍ତାପ ଏତେ ମାତ୍ରାରେ ରହିଛି ଭିତରକୁ ନିଆଁଲିଭା ଟିମକୁ ଯିବାପାଇଁ ନାକେଦମ ହେବାକୁ ପଡୁଛି। ଭିତର ବନ୍ଦ ରହିଥିବା କୋଠରୀର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି। ଉତ୍ତାପ ମାତ୍ରା ଏତେ ତେଜ ରହିଛି ଯେ ଦୋକାନର ସଟର ତରଳିବାରେ ଲାଗୁଛି। କିଛି କାଚ ମଧ୍ୟ ନିଆଁ ପ୍ରଭାବରୁ ଫାଟୁଥିବା ଜଣାପଡୁଛି। ତେଣୁ ଭିତରେ ବନ୍ଦ ରହିଥିବା ଦୋକାନ ଗୁଡିକର ସଟର କାଟି ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା କରାଯାଉଛି। ସେପଟେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ଏବଂ ପୁରା ଫାୟାର ଟିମ ନିଜର ଦମ ଲଗାଇଛନ୍ତି। ଓଡ୍ରାଫ ଟିମ ମଧ୍ୟ ନିଜର ପ୍ରଚେଷ୍ଟା ଜାରି ରଖିଛି। ସେପଟେ ଅନେକ ପର୍ଯ୍ୟଟକଙ୍କ ଆସବାବପତ୍ର ଏବେ ଭିତରେ ରହିଛି। ଅନ୍ୟପଟରେ ଭିତରେ ଗୋଟିଏ ବ୍ୟାଙ୍କ ର ଶାଖା ରହିଥିବାରୁ ଏବେ ସେଠି କୌଣସି କ୍ଷତି ହୋଇଛି କି ନାହିଁ ସେନେଇ ମଧ୍ୟ ଆଶଙ୍କା ରହିଛି। ସେପଟେ ଏହି କମ୍ପ୍ଲେକ୍ସଟି ବହୁ ପୁରୁଣା ହୋଇଥିବା ବେଳେ ସମ୍ପୂର୍ଣ୍ଣ ଅସୁରକ୍ଷିତ। ସ୍ୱତନ୍ତ୍ର ପାର୍କିଂ ନଥିବା ବେଳେ ଉଠାଦୋକାନୀ ମାନଙ୍କ ଭିଡ ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମେ କମ୍ପ୍ଲେକ୍ସ ସାମ୍ନାରୁ ହଟାଇବା ପରେ ଦମକଳ ବାହିନୀକୁ ଉଦ୍ଧାରକାର୍ଯ୍ୟ କରିବା ପାଇଁ ସହଜ ହୋଇଥିଲା।

ତେବେ ପୁରୀରେ ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ। ଦୀର୍ଘ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ। ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ହେଲା ନିୟୋଜିତ ହୋଇଛନ୍ତି। ଯଦିଓ କୌଣସି ଜୀବନ ହାନି ହୋଇନାହିଁ। କିନ୍ତୁ ଧୀରେ ଧୀରେ ବିପଦଶଙ୍କୁଳ ହେଉଛି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ କୋଠା।

ତେବେ ଯେହେତୁ ସିମେଣ୍ଟ ଚଟାଣ ଓ କାନ୍ଥରେ ନିଆଁ ଲାଗିଛି ଏହା ଧିରେ ଧିରେ ବିସ୍ତାରିତ ହେବାରେ ଲାଗିଛି। ଏହି ନିଆଁକୁ ଲିଭାଇବା ପାଇଁ ଦମକଳ ବାହିନୀକୁ ନାକେଦମ ହେବାକୁ ପଡୁଛି। ତେବେ ବଡଦାଣ୍ଡରେ ଏଭଳି ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି। ବଡଦାଣ୍ଡ ଦୁଇପାର୍ଶ୍ୱରେ ବହୁ ବର୍ଷର ପୁରୁଣା କୋଠା ରହିଛି। ଏଥିରେ ଇଲେକ୍ଟ୍ରୀ ଓ ଫାୟାର ସେପ୍ଟି ବ୍ୟବସ୍ଥା ବେଶ୍ ଦୁର୍ବଳ। ରଥଯାତ୍ରା ଓ ବିଭିନ୍ନ ପର୍ବପର୍ବାଣି ସମୟରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥାଏ। ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଯେତିକି ଗୁରୁତ୍ୱ ଦେବା କଥା ଦିଆଯାଉନାହିଁ। ଫଳରେ ଯଦି ଏଭଳି ଦୁର୍ଘଟଣା ଘଟେ ବଡଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି। ତେବେ ଏବେଠୁଁ ସତର୍କ ହୋଇଯିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।