Odiapua.com

ପୁରୀ ବଡ଼ଦାଣ୍ଡରେ ଖୋଲା ବଡ଼ ନଳାରେ ପଡ଼ି ଯୁବକର ମୃତ୍ୟୁ

ପୁରୀ ୧୮-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ବଡ଼ଦାଣ୍ଡରେ ମାର୍କେଟଛକ ନିକଟରେ ଖୋଲା ବଡ଼ ନଳାରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ସେ ଜଣେ ରିକ୍ସା ଚାଳକ ପ୍ରାଥମିକ ଖବରରୁ ଜଣାପଡ଼ିଛି। ଏ ନେଇ ପୁରୀ କୁମ୍ଭାରପଡ଼ା ଥାନା ପୋଲିସ୍‌ ପହଁଚି ତଦନ୍ତ ଆରମ୍ଭ କରି ଦେଇଛି।

ସୂଚନା ଯୋଗ୍ୟଯେ, ପ୍ରତ୍ୟେକ ବର୍ଷ ରଥଯାତ୍ରା ପୂର୍ବରୁ ଡ୍ରେନ୍ ସଫା କରାଯାଇଥାଏ। ଏ ନେଇ ଡ୍ରେନ ଉପରେ ଥିବା ସ୍ଲାବ୍‌ ଉଠାଯାଇ ନଳାରୁ ଆବର୍ଜନା ଏବଂ ପଙ୍କ କଢ଼ାଯାଇଥାଏ। ଏହି ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଏପରି ଦୁର୍ଘଟଣା କେଉଁ କାରଣରୁ ଘଟିଲା ତାହା ଜାଣିବାକୁ ପୋଲିସ୍ ଚେଷ୍ଟା କରୁଛି।

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ମାନେ ପୁରୀ ପ୍ରଶାସନକୁ ଦାୟୀ କରିଛନ୍ତି। ଗତ କିଛିଦିନ ତଳେ ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ପୁରୀ ପୌର କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇ ଥିଲେ ମଧ୍ୟ କେହି ଶୁଣି ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନର ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲି ଯାଇଥିବା ସ୍ତାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି।