Odiapua.com

ପୁରୀ ବେଳାଭୂମିରେ ବାୟୁ ସେନା ପକ୍ଷରୁ ହେବ ଏୟାର ସୋ

ପୁରୀ ୧୫-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ରାଜଭବନ ପଛପାର୍ଶ୍ଵ ବେଳାଭୂମିରେ ଆସନ୍ତା ୧୮ ତାରିଖରେ ବାୟୁ ସେନା ପକ୍ଷରୁ ହେବ ଏୟାର ସୋ। ଆଜି ବାୟୁ ସେନାର ପାଇଲଟ ମାନେ ମ୍ୟାପିଂ, ଏରିଏଲ୍ ରେକିଂ କରିଛନ୍ତି। ଏହା ସଫଳତାର ସହ ଶେଷ ହୋଇଛି। ବାୟୁସେନାର ୩ଟି ବିମାନ ଆଜି ୧୫ ମିନିଟ ଧରି ସମୁଦ୍ର ପତ୍ତନ ଠାରୁ ୫୦୦ ଫୁଟ ଉପରେ ୧୫ ମିନିଟ ଧରି ଅଭ୍ୟାସ କରିଥିଲେ। ଅଭ୍ୟାସ ସମୟର ଦୃଶ୍ୟ ଦେଖି ଆଖି ଖୋସି ହୋଇଯାଇଥିଲା। ୧୭ ତାରିଖରେ ଫୁଲ ଡ୍ରେସ୍ ଅଭ୍ୟାସ ପରେ ୧୮ ତାରିଖରେ ଆକାଶ ମାର୍ଗରେ ଏହି ଦୁର୍ଦ୍ଧଶ କଳା କୌଶଳ ପ୍ରଦର୍ଶନ କରିବେ ବାୟୁସେନାର ୭ଟି ବିମାନ। ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏକ ସୋ ଆୟୋଜନ କରାଯାଉଥିବାରୁ ସରକାର, ବାୟୁସେନାର ଅଧିକାରୀ, ପାଇଲଟ ଓ ସହଯୋଗୀ କର୍ମଚାରୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ୧୮ ତାରିଖରେ ପୁରୀର ଲୋକମାନେ ବ୍ଲୁ ଫ୍ଲାଗ ବିଚ୍, ନୀଳାଦ୍ରି ବିଚ୍ ଓ ଦିଗବାରିଣୀ ଛକ ସମ୍ମୁଖ ବେଳାଭୂମିରୁ ଏହି ଦୁଃସାହସିକ ଏୟାର୍ ଦେଖିପାରିବେ। ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ସୋ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର, ସ୍ୱାସ୍ଥ୍ୟ, ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ହୋଇଛି।