Odiapua.com

ପୁରୀ ବସ୍‌ଷ୍ଟାଣ୍ଡରେ ଚାରୋଟି ବସରେ ଲାଗିଲା ନିଆଁ

ପୁରୀ ୧୫-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବସଷ୍ଟାଣ୍ଡରେ ଘଟିଛି ଅଗ୍ନିକାଣ୍ଡ। ବସଷ୍ଟାଣ୍ଡ ରେ ଠିଆହୋଇ ରହିଥିବା ଚାରୋଟି ବସରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି। ସାରଳା, ଭୁବନେଶ୍ୱରୀ, ମା ଜୟଦୁର୍ଗା ଓ ହିମାଦ୍ରୀ ନାମକ ଚାରୋଟି ବସରେ ନିଆଁରେ ଜଳିଯାଇଥିବା ସୂଚନା ମିଳିଛି। ବସରେ ନିଆଁ ଲାଗିଥିବା ଦେଖି ଯାତ୍ରୀମାନେ ଓ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହାପରେ ଖବରପାଇ ଦମକଳର ୨ ଟି ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିଥିବା କାରଣ ଜଣାପଡ଼ିନାହିଁ। କଣ ପାଇଁ ନିଆଁ ଲାଗିଲା ବସରେ ସେଥି ନିମନ୍ତେ ପୋଲିସ ଘଟଣାସ୍ଥଳୀରେ ପହଁଚି ତଦନ୍ତ ଚଲାଇଛି।