Odiapua.com

ପୁରୀ ବନଖଣ୍ଡର ୫ଟି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ

ପୁରୀ ୧୨-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ବନଖଣ୍ଡ ର ୫ଟି ରେଞ୍ଜ ରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। କୋଣାର୍କ, ଅସ୍ତରଙ୍ଗ, ଗୋପ, ବାଲୁଖଣ୍ଡ ଏବଂ ବ୍ରହ୍ମଗିରି ରେଞ୍ଚ ଅଞ୍ଚଳରେ ଭୋର ୫ଟାରୁ ଚାଲିଛି ପକ୍ଷୀଗଣନା। ୫ଟି ରେଞ୍ଜକୁ ୨୫ ଭାଗରେ ବିଭକ୍ତ କରାଯାଇଛି। ଭୋର ୫ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ପକ୍ଷୀ ଗଣନା। ଅସ୍ତରଙ୍ଗରେ ଦେବୀ ମୁହାଂଣ, ପାଟସୁନ୍ଦର ପୁର, କାଦୁଆ ନଦୀ ଓ ସମୁଦ୍ରରେ ୫ଟି ଟିମର ଚାଲିଛି ପକ୍ଷୀ ଗଣନା। ସେହିପରି ବ୍ରହ୍ମଗିରି ରେଞ୍ଜକୁ ୪ ଭାଗରେ ବିଭକ୍ତ କରାଯାଇଛି। ଢାବାଛକରୁ ଗୋଲରା, ସୁନାମୁହିଁ ରୁ ବରକୁଦି, କାଠୋଆରଡି ଛକରୁ ଖଜୁରିଆ ଏବଂ ଜଗନ୍ନାଥ ସଡକରୁ ପଥରପଦାରେ ଚାଲିଛି ପକ୍ଷୀ ଗଣନା। ବାଇନାକୁଲର, ଜିପିଏସ୍, ଫଟୋଗ୍ରାଫି, ବାଡସ୍ ଗାଇଡ୍ ବୁକ୍ ସହାୟତାରେ ଚାଲିଛି ପକ୍ଷୀଗଣନା। କୋଣାର୍କ, ବେଲେଶ୍ୱର, ରାମଚଣ୍ଡୀ ଆଦି ସ୍ଥାନରେ ପକ୍ଷୀ ଗଣନା ମଧ୍ୟ ଚାଲିଛି। ବିଦେଶୀ ପକ୍ଷୀଙ୍କ ଆଗମନକୁ ଲକ୍ଷ କରାଯିବା ସୂଚନା ରହିଛି।