Odiapua.com

ପୁରୀ ପୌରାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି

ପୁରୀ, ୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଗତକାଲି ପୁରୀ ପୌରାଂଚଳ ରୁ ୫୨ ସଂକ୍ରମିତଙ୍କ ସ୍ୱାବ ରିପୋର୍ଟ ପଜେଟିଭ ଆସିଛି। ରେଡକ୍ରସ ରୋଡ, ହରଚଣ୍ଡୀ ସାହି, ଗୋଛିକାର ସାହି, ମାଟିମଣ୍ଡପ ସାହି, ଦାମଦୋର ରୋଡ, ଲୋକନାଥ ରୋଡ, ଗୌଡବାଡ ସାହି, ବଡସଂଖ ଆଖ ପାଖ ଇଲାକା ରୁ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲାରେ ୨୬୮ ଟି କୋଭିଡ୍ କେୟାର ହୋମ ରେ ୨୯୧୮ ଟି ସଜ୍ଜା ପ୍ରସ୍ତୁତ ଥିବା ବେଳେ ମାତ୍ର ୧୧ ଟି ରେ ରୋଗୀ ରହିଛନ୍ତି। ସେହିପରି ୮ ଟି କୋଭିଡ୍ କେୟାର ସେଂଟର ୮ ଟି ଥିବା ବେଳେ ସେଥିରେ ୭୭୨ ସଜ୍ଜା ରହିଛି। ସେଥିମଧ୍ୟରୁ ୧୪୫ ରେ ରୋଗୀ ରହିଛନ୍ତି। କୋଭିଡ୍ ହୋମ କେୟାର ୨ ଟି ରହିଛି। ଏବଂ ସେଥିରେ ୧୦୦ ଟି ସଜ୍ଜା ଥିବା ବେଳେ ୯୨ ଟି ରେ ରୋଗୀ ରହିଛନ୍ତି। ଆଜି ପୁରୀ ଜିଲାରେ ୨୦୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।