Odiapua.com

ପୁରୀ ସମୁଦ୍ରକୂଳକୁ ଅବରୋଧମୁକ୍ତ, ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ଵ୍ୟଵସ୍ଥାରେ ସୁଧାର ଆଣିବା ପାଇଁ ଉଛେଦ ଆରମ୍ଭ

ପୁରୀ ୧୧ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସମୁଦ୍ରକୂଳକୁ ଅବରୋଧମୁକ୍ତ, ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ଵ୍ୟଵସ୍ଥାରେ ସୁଧାର ଆଣିବା ପାଇଁ ଉଛେଦ ଆରମ୍ଭ ହୋଇଛି। ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀ ଉଛେଦ କରାଯାଇଛି। ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ କରାଯାଇଛି। ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ଏ ନେଇ ଉଠା ଦୋକାନୀଙ୍କୁ ନୋଟିସ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ହଠାତ ତରବରିଆ ଭାବେ ଉଠାଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଵା ଅସନ୍ତୋଷ ପ୍ରକାଶ ପାଇଛି। କୋଭିଡ ଯୋଗୁ ଲୋକଙ୍କ ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଖରାପ ଥିବା ବେଳେ ପର୍ଯ୍ୟଟନ ଋତୁରେ ଉଠା ଦୋକାନୀଙ୍କୁ ଉଛେଦ ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ଉଠା ଦୋକାନୀ ଅଭିଯୋଗ କରିଛନ୍ତି। ଥଇଥାନ ବ୍ୟବସ୍ଥା ନ କରାଯାଇ ଉଛେଦ ଯିବାକୁ ତୀଵ୍ର ପ୍ରତିବାଦ କରିଛନ୍ତି ଉଠା ଦୋକାନୀ। ଉଛେଦ ପାଇଁ ପୌର ଏନଫୋର୍ସମେଣ୍ଟ ଅଧିକାରୀ, ସିଟି ଡ଼ିଏସପି ଓ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଉଛେଦ ପ୍ରତିବାଦରେ ପୁରୀ ସମୁଦ୍ରକୂଳରେ ରାସ୍ତାରୋକ କରାଯାଇଛି। ପୁରୀ ହୋଟେଲ ସମ୍ମୁଖରେ ଉଠା ଦୋକାନୀଙ୍କ ଧାରଣା ସହ ରାସ୍ତା ରୋକ କରିଥିଲେ। ପ୍ରଥମେ ଥଇଥାନ ଓ ପରେ ଉଛେଦ ଦାବି କରିଛନ୍ତି ଦୋକାନୀ। ଘଟଣା ସ୍ଥଳରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ସିଟି ଡିଏସପି, ସମୁଦ୍ର କୂଳ ଥାନା ଆଇଆଇସିଙ୍କ ସହ‌ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ କରାଯାଇଥିଲା।