Odiapua.com

ପୁରୀ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର

ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ବଳିଆ ପଣ୍ଡା ଥାନାରେ ଅନୁଷ୍ଠିତ ହୋଇଯାଇଛି। ଏସପି କନୱାର ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପୁରୀ ଜିଲ୍ଲାରେ ଥିବା ବିଭିନ୍ନ ଥାନା କର୍ମଚାରୀଙ୍କ ସମେତ, ଗୃହରକ୍ଷୀ, ଏପିଆର କନେଷ୍ଟବଳ, ଲାଇଫଗାର୍ଡ଼ଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ଆଚାର୍ଯ୍ୟ ହରିହର ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରରୁ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।