Odiapua.com

ପୁରୀ ଧର୍ମଶାଳାରେ ରହୁଥିବା ଜଣେ ପର୍ଯ୍ୟଟକ ବାଥରୁମରେ ପଡି ମୃତ୍ୟୁ

ପୁରୀ ୧୭-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ନିକଟସ୍ଥ ଡୁଡୁୱାଲl ଧର୍ମଶାଳାରେ ରହୁଥିବା ଜଣେ ପର୍ଯ୍ୟଟକ ବାଥରୁମରେ ପଡି ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ପରିଚୟ ଦୀଘା ପୂର୍ବ ମେଦିନପୁରର କୃପାସିନ୍ଧୁ ପ୍ରଧାନ। ପ୍ରକାଶ ଯେ, କୃପାସିନ୍ଧୁ ତାଙ୍କ ସମ୍ପର୍କୀୟ ମାନଙ୍କ ସହ ଧର୍ମଶାଳାରେ ରହିଥିଲେ। ଆଜି ସନ୍ଧ୍ୟାରେ ବାଥ୍ ରୁମ୍ ଯାଇଥିବା ବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହକୁ ପଠାଇଛନ୍ତି।