Odiapua.com

ପୁରୀ – ଜିଲ୍ଲା ସ୍ତରୀୟ ସ୍ୱଧୀନତା ଦିବସ ପାଳିତ

ପୁରୀ ୧୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲା ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ମହାସମାରୋହରେ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଖେଳ ପଡିଆଠାରେ ପାଳିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାଧୀନତା ଲାଭ ନିମନ୍ତେ ତ୍ୟାଗ ଓ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଜୟୀ ରାଜଗୁରୁ ଓ ଚନ୍ଦନ ହଜୁରୀଙ୍କ ଅବଦାନ କୁ ଜିଲ୍ଲାପାଳ ସ୍ମରଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ପୁରୀ ଜିଲ୍ଲାର ଉତ୍କଳ ମଣୀ ଗୋପବନ୍ଧୁ ଓ ପଞ୍ଚସଖା ଙ୍କ ସ୍ୱାଧୀନତା ଆନ୍ଦୋଳନ ଓଡିଶାର ସାମାଜିକ ଓ ସାସ୍କୃତିକ ଆନ୍ଦୋଳନରେ ମହତ୍ୱ ପୂର୍ଣ୍ଣ ଅବଦାନ ଯୋଗୁଁ ଓଡିଶା ମାଟି ଆଜି ବିଶ୍ୱ ବନ୍ଦିତ। ମହାମାରୀ କୋରନା ଯୋଗୁଁ ଦେଶ ରାଜ୍ୟ ଓ ଜିଲ୍ଲାର ଅର୍ଥନୀତି ଦୁର୍ବଳ ହୋଇଛି। ମାତ୍ର ସବୁବର୍ଗର ସହଯୋଗ ହିଁ ଆଗକୁ ବଡିବାର ସାହାସ ଦେଇଛି। ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ପାଳନ ଓ କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ରଥଯାତ୍ରା ଶୃଙ୍ଖଳିତ ଭାବେ ହୋଇଥିବାରୁ ଜିଲ୍ଲାପାଳ ରଥଯାତ୍ରା ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ତଥା ସର୍ବୋପରି ପୁରୀ ର ଜନ ସାଧାରଣଙ୍କୁ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲାର ସବୁକ୍ଷେତ୍ରରେ କାମ କରୁଥିବା କୋରନା ଯୋଦ୍ଧା ଙ୍କ ଅବଦାନ ପାଇଁ ଜିଲ୍ଳା ଆଜି ଗର୍ବିତ ମହାମାରୀ କୋରନା ମୁକାବିଲା ନିମନ୍ତେ ପୁରୀ ଜିଳ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଉ ୧୦୦ ଶର୍ଯ୍ୟା ବିଶିଷ୍ଠ କୋରନା ଡାକ୍ତର ଖାନା ଖୁବ୍ ଶ୍ରୀଘ୍ର କାର୍ଯ୍ୟକାରୀ କରାଯିବବୋଲି ଜିଲ୍ଲାପାଳ କହିଥିଲେ। କୋରନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର କୁ ଭିନ୍ନ ଦୃଷ୍ଟିରେ ନ ଦେଖିବା ପାଇଁ ଜିଳ୍ଳାପାଳ ଜିଲ୍ଲା ବାସୀଙ୍କୁ ପରାମର୍ଶ ଦେଇଛନ୍ତି। ପରେ ଜିଲ୍ଲାପାଳ ୩୦ ଜଣ କୋରନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ଅତିଥି ମାନଙ୍କ ଦ୍ୱାରା ଇଣ୍ଡୋର ଷ୍ଟାଣ୍ଡିୟମ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ପ୍ରାତଃ କାଳରେ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ରାମଧୁନ୍ ପରିବେଶଣ କରାଯାଇଥିଲା। ପୌରସଂସ୍ଥା ପକ୍ଷରୁ ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଅଖିଳେଶ୍ୱର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପିଡି ସୁବାଷ ଚନ୍ଦ୍ର ନାଥ ଶର୍ମା ଉପଜିଲ୍ଲାପାଳ ଭବତାରଣ ସାହୁ ପୁରୀ ପୌର ସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରବୀର ସିଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସୂଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।