Odiapua.com

ପୁରୀ ଜିଲ୍ଲା ବିଜୁ ଜନତା ଓ ଯୁବ ବିଜେଡି ପକ୍ଷରୁ ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ପୁରୀ ୨୬-୧୨ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ବିଜୁ ଜନତା ଓ ଯୁବ ବିଜେଡି ପକ୍ଷରୁ ଦଳର ୨୫ତମ ପ୍ରତିଷ୍ଠା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି। ପୁରୀ ହସ୍ପିଟାଲ ଛକସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ।ଏହାପରେ ଭକ୍ତ ସାଲବେଗ ସ୍ମୃତି ପୀଠରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ ବିଜେଡି କର୍ମୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିଜେଡି ସର୍ବଦା ରାଜ୍ୟ ର ଗରିବ ଲୋକ ଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଚି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଲୋକ ପ୍ରିୟତା ବଢି ଚାଲିଛି। ଜିବନ ବିନ୍ଦୁ ରକ୍ତ ଦାନ ଭଳି ମହତ କାର୍ଯ୍ୟ ରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି।