Odiapua.com

ପୁରୀ ଜିଲ୍ଲାରେ ୭୬ କୋଭିଡ଼ ପଜିଟିଭ ଚିହ୍ନଟ

ପୁରୀ-୨୯/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ପୁରୀ ଜିଲ୍ଲାରେ ୭୬ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଜିଲ୍ଲାରେ ମୋଟ ୧୨, ୪୦୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ୫୫୪ଟି ଆକ୍ଟିଭ କେସ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି। ଜିଲ୍ଲାରେ ୧, ୨୬, ୦୩୯ଟି ସ୍ୟାମ୍ପୁଲ ଟେଷ୍ଟ କରାଯାଇଛି। ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୯୪.୮୪% ରହିଛି। ପୁରୀ ଜିଲ୍ଲାରେ ପୂର୍ବ ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି।