Odiapua.com

ପୁରୀ ଜିଲ୍ଲାରେ ବନ୍ୟା : ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ବନ୍ୟା ବିପନ୍ନ

ପୁରୀ ୧୮-୮ (ଓଡ଼ିଆ ପୁଅ) ପୁରୀ ଜିଲ୍ଲାରେ ମହାନଦୀର ଶାଖା ନଦୀଗୁଡ଼ିକରେ ବନ୍ୟା ଆସିଛି। ଦୟା ନଦୀର ଉଦବୃତ୍ ବନ୍ୟାଜଳ ପିପିଲି ଅଂଚଳରେ ପଶିଛି। ଭାରତୀ ପୂର, ପାଣିଦୋଳ ପଞ୍ଚାୟତରେ ଥିବା ଗ୍ରାମ ଗୁଡିକରେ ଦୟା ନଦୀର ବନ୍ୟାଜଳ ପଶିଯାଇଛି। ଲୋକଙ୍କ ଘରେ ପାଣି ପଶିଯାଇଛି। ଖାଇବା ପିଇବା ସବୁ ବନ୍ଦ୍। ଛୋଟ ପିଲାଙ୍କୁ ନେଇ ଅକଥନୀୟ ଦୁର୍ଦ୍ଦଶା ଭୋଗୁଚନ୍ତି ବନ୍ୟା ବିପନ୍ନ। ପ୍ରଶାସନ ପହଞ୍ଚି ନାହିଁ କି କି କୌଣସି ଖାଦ୍ୟ ବ୍ୟବସ୍ଥା, ପାନୀୟ ଜଳର ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ହୋଇଛି। ସେପଟେ ପିପିଲି, ଜଟଣୀ ମୁଖ୍ୟ ରାସ୍ତାର କଣ୍ଟି ନିକଟର ୪ ଫୁଟର ବନ୍ୟାଜଳ ପ୍ରଭାହିତ ହେଉଛି। ଫଳରେ ଯାତାୟତ ପ୍ରଭାବିତ ହୋଇଛି। ଦୟା ନଦୀର ବନ୍ୟା ଜଳ ଶହ ଶହ ହେକ୍ଟର ଚାଷ ଜମିରେ ମାଡ଼ିଯାଇଛି। ବ୍ୟାପକ ଭାବେ ଧାନ ଚାଷ, ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ମହାନଦୀର ଶାଖା ନଦୀ ଦୟା ନଦୀରେ ବନ୍ୟା ଆସିବାରୁ ପିପିଲି ଓ ଡେଲାଙ୍ଗ ବ୍ଲକ୍ ବାସୀଙ୍କ ପାଇଁ ଦୁଃଖ ପାଲଟିଛି। ନଦୀରେ ଆସିଥିବା ବନ୍ୟାଜଳ ପିପିଲି ପରେ ଡେଲାଙ୍ଗ ବ୍ଲକ୍ ରେ ମଧ୍ୟ ଲୋକଙ୍କ ଘରେ ପଶିଯାଇଛି। ଫଳରେ ଡେଲାଙ୍ଗ ବ୍ଲକ୍ ର ଡେଲାଙ୍ଗ, ମୁନିନ୍ଦା, ସୁଜନପୁର, କୋଠାବାଡ଼ ପଂଚାୟତ ପ୍ରଭାବିତ ହୋଇଛି। ଜଳସ୍ତର ବଢୁଥିବାରୁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଲୋକମାନେ ପାଖ ସ୍କୁଲ୍ ଓ ବନ୍ୟା ଆଶ୍ରୟ ସ୍ଥଳକୁ ଯିବା ନେଇ ପ୍ରସ୍ତୁତି ଆରମ୍ଭ କଲେଣି। ହେଲେ ଗତ ୨୪ ଘଣ୍ଟା ହେଲା ଜଳବନ୍ଦୀରେ ଥିବା ଲୋକଙ୍କ ପାଖରେ ପ୍ରଶାସନ ପହଁଚି ନାହିଁ। ଘରେ ପାଣି ପଶିଯାଇଥିବାରୁ ଛୋଟ ପିଲାଙ୍କୁ ନେଇ ଭୋକ ରେ ଆଉଟ୍ ପାଉଟ୍ ହେଉ ଛନ୍ତି ବନ୍ୟା ବିପନ୍ନ। ଡେଲାଙ୍ଗ ବ୍ଲକରେ ଦୟା ନଦୀର ବନ୍ୟା ଜଳ ପଶିବା ପରେ ୪ଟି ପଂଚାୟତର ଚାଷୀ ବିପୁଳ କ୍ଷତି ସହିଛନ୍ତି। ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହିଛି।


– ବିଜୟ ପଟ୍ଟନାୟକ