Odiapua.com

ପୁରୀ ଜିଲ୍ଲାରେ ବଢ଼ି ଚାଲିଛି ମୂର୍ତ୍ତି ଚୋରି

ପୁରୀ ୧୫-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ବଢ଼ି ଚାଲିଛି ମୂର୍ତ୍ତି ଚୋରି। ପୋଲିସକୁ ଖୁଲମ ଖୁଲା କ୍ୟାଲେଞ୍ଜ ଦେଇ ଦୁର୍ବୁତ ମାନେ ବିଭିନ୍ନ ମନ୍ଦିରରୁ ଲୁଟ କରିଚାଲିଛନ୍ତି ବିରଳ ପୁରାତନ ମୂର୍ତ୍ତି। ହେଲେ ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇ ପାରିନାହିଁ। ପିପିଲି ଓ କୋଣାର୍କର ୨ଟି ମନ୍ଦିରରୁ ଲକ୍ଷାଧିକଟଙ୍କାର ମୁର୍ତ୍ତି ସହ ହୁଣ୍ତି ଭାଙ୍ଗି ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ପିପିଲି ଥାନା ଅନ୍ତର୍ଗତ ରାଜତେଈ ଶିଦ୍ଧେଶ୍ବର ମନ୍ଦୀର କବାଟ ତାଲା ଭାଙ୍ଗି ୫ଟି ପୁରୁଣା ପିତଳ ମୂର୍ତ୍ତି ଓ ୫ ଟିନୁଆ ମୂର୍ତ୍ତି ସମୁଦାୟ ୧୦ ଟି ଚୋରୀ ହୋଇଛି। ପୂଜକ ସକାଳୁ ଆସୀ ଦେଖିଲା ପରେ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ପିପିଲି SDPO ଦେବଦତ୍ତ ବରାଳ ଆସୀ ତଦନ୍ତ ଆରମ୍ବ କରିଛନ୍ତି। ସେହିପରି ଗତକାଲି ବିଳମ୍ବିତ ରାତ୍ରିରେ କୋଣାର୍କ ସ୍ଥିତ ରାମ ମନ୍ଦିର ହୁଣ୍ତି ଭାଙ୍ଗି ୨୦ହାଜର ଟଙ୍କା ଲୁଟିନେବାରେ ସଫଳ ହୋଇଛନ୍ତି ଲୁଟେରା। ପୁରୀ ଜିଲ୍ଲାରେ ମୂର୍ତ୍ତି ଚୋର ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ବିଫଳ ହେବା ସାଧାରଣ ଉଦବେଗ ପ୍ରକାଶ ପାଇଛି।