Odiapua.com

ପୁରୀ ଜିଲ୍ଲାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି

ପୁରୀ ୧୬/୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ଜିଲ୍ଲାରେ ଆଜି ସୁଦ୍ଧା ପଜେଟିଭ୍‌ଙ୍କ ସଂଖ୍ୟା ୩୯୦ ରେ ପହଞ୍ଚିଛି। ସେହିପରି ୩୦୦ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ୨୩୨୦ ଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୧.୮୮ % ପଜେଟିଭ୍ ଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ପିପିଲିରେ ୨୪ଜଣ ପଜେଟିଭ୍ ମଧ୍ୟରୁ ୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ଜଣ ଚିକିତ୍ସିତ ହେଉଛନ୍ତି। ସତ୍ୟବାଦୀରୁ ୨୦ ଜଣ ଆକ୍ରାନ୍ତ ଥିବା ବେଳେ ୧୮ ଜଣ ସୁସ୍ଥ ହେଇଛନ୍ତି, ଡେଲାଙ୍ଗରୁ ୨୮ଜଣ ଆକ୍ରାନ୍ତ ଥିଲାବେଳେ ୨୪ ସୁସ୍ଥ ହୋଇଛନ୍ତି, କଣାସରୁ ମଧ୍ୟ ୬୦ ଆକ୍ରାନ୍ତ ଏବଂ ସୁସ୍ଥ ୫୧, ପୁରୀ ସଦର୧୪ ଆକ୍ରାନ୍ତ ଏବଂ ୧୩ ସୁସ୍ଥ, ବ୍ରହ୍ମଗୀରି ୫୯ ଆକ୍ରାନ୍ତ ସୁସ୍ଥ ୪୩, କୃଷ୍ଣପ୍ରସାଦ ବ୍ଲକ୍ ରୁ ୭ ଆକ୍ରାନ୍ତ ଏବଂ ୫ ସୁସ୍ଥ, ଗୋପରୁ ମଧ୍ୟ ୩୨ ଆକ୍ରାନ୍ତ ଏବଂ ସୁସ୍ଥ ୨୨, ନିମାପଡା ୨୧ ଆକ୍ରାନ୍ତ ଏବଂ ସୁସ୍ଥ ୧୬, କାକଟପୁର ୩୭ ଆକ୍ରାନ୍ତ ଏବଂ ସୁସ୍ଥ ୩୪, ସସ୍ତରଙ୍ଗ୨୫ ଆକ୍ରାନ୍ତ ଏବଂ ୧୯ ଜଣ ସୁସ୍ଥ, ପୁରୀ ମ୍ୟୁନିସପାଲଟି ୫୦ ଜଣ ଆକ୍ରାନ୍ତ ବେଳେ ୩୦ ସୁସ୍ଥ, ପିପିଲି ଏନ୍ ଏ ସି ସୁସ୍ଥ ୧, କୋଣାର୍କ ଏନ୍‌-ଏ-ସି ୩ ଆକ୍ରାନ୍ତ ଏବଂ ୨ ସୁସ୍ଥ-ନିମାପଡା ଏନ୍ ଏସ୍ ଇ ଆକ୍ରାନ୍ତ ୨। ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ୫୬ ଟି କରାଯାଇଥିବା ବେଳେ ଆକଟିଭ୍ ୩୦ ରହିଥିବାବେଳେ ୨୬ ଟିରୁ ନିଷିଦ୍ଧାଚଂଳ ପ୍ରତ୍ୟାହାର କରିନିଆଯାଇଛି। ଜିଲ୍ଲାରେ ବର୍ତମାନ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ସୁତ୍ରରୁ ଜଣାହୋଇଛି।