Odiapua.com

ପୁରୀ : ଜିଲାସ୍ତରୀୟ ନିଯୁକ୍ତି ମେଳା – ୩୬୯ଜଣଙ୍କୁ ତାଲିମ ପାଇଁ ମନୋନୀତ ଓ ୧୮୨ଜଣଙ୍କୁ ନିଯୁକ୍ତି ପତ୍ର ମିଳିଲା

ପୁରୀ, ୧୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ଗୁରୁବାର ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।

ଓର୍ମାଶ କାର୍ଯ୍ୟନିର୍ବାହି ଅଧିକାରୀ ପ୍ରଦୀପ କୁମାର ଦାସ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଆଶୁତୋଷ ଦେ ଜିଲା ନିୟୋଜନ ଅଧିକାରୀ ଗତିକୃଷ୍ଣ ବେହେରା ସେଥିରେ ଯୋଗ ଦେଇଥିଲେ। ୧୧ଟି ବ୍ଲକରୁ ୮୦୦ଯୁବକ ଯୁବତୀ ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩୬୯ଜଣଙ୍କୁ ତାଲିମ ପାଇଁ ମନୋନିତ କରାଯାଇଥିବା ବେଳେ ୧୮୨ ଜଣଙ୍କୁ ନିଯୁକ୍ତି ପତ୍ର ମିଳିଥିବା ଜଣାପଡ଼ିଛି।