Odiapua.com

ପୁରୀ ଜିଲାରେ କୋଭିଡ୍ ପଜେଟିଭ ଙ୍କ ସଂଖ୍ୟା ୪୨୪୫ ରେ ପହଂଚିଲା

ପୁରୀ, ୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ପୁରୀ ଜିଲାରେ ୨୩୫ ଜଣ କୋଭିଡ୍ ପଜେଟିଭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୪୨୪୫ ରେ ପହଂଚିଚି। ପୁରୀ ପୌରପରଷଦ ଅଂଚଳରେ ୧୪୯୮ ଜଣ କୋଭିଡ୍ ପଜେଟିଭ ଥିବା ବେଳେ ବର୍ତମାନ ୪୧୯ ଆକ୍ଟିଭ କେସ୍ ରହିଛି। ସେହିପରି ଜିଲାରେ ୧୧୩୩ ଆକ୍ଟିଭ କେସ୍ ରହିଛି। ୩୦୯୬ ଜଣ ସୁସ୍ଥ ହୋଇ ନିଜ ଗୃହକୁ ଫେରିଛନ୍ତି। ବର୍ତ୍ତମାନ ୪୫ ଟି କନଟେନମେଂଟ ଜୋନ କାର୍ଯ୍ୟକାରୀ ହେଉଛି। ଆଜି ସୁଧା ୬୨, ୯୩୫ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଛି। ଜିଲାରେ ମୃତ୍ୟୁ ସଂଖ୍ୟା ୧୬ ରେ ରହିଛି। ଜିଲାର ସୁସ୍ଥ ହାର ୭୨.୯୩ ପ୍ରତିଶତ ରହିଥିବା ବେଳେ ପଜେଟିଭ ସାମ୍ପୁଲ ୬.୭୪ ପ୍ରତିଶତ ରହିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ କୋଭିଡ୍ ପଜେଟିଭ ଚିହ୍ନଟ ହେବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଦିନକ ପାଇଁ ସିଲ କରାଯାଇଛି।