Odiapua.com

ପୁରୀ ଜଗନ୍ନାଥ ଓ ସୂର୍ଯ୍ୟ ମନ୍ଦିର ମରାମତି ପାଇଁ ଏଏସ୍ଆଇକୁ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେଲା ଓଏନଜିସି

– ଓଏନଜିସିକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– କୋଣାର୍କ ଓଡିଶାର କେବଳ ଆତ୍ମପରିଚୟ ନୁହେଁ ଓଡିଆ ଜାତି ବିଜ୍ଞାନରେ ପାରଙ୍ଗମ ଏହାର ପ୍ରମାଣ

ଭୁବନେଶ୍ୱର, ମଇ ୨୧ (ଓଡ଼ିଆ ପୁଅ) – ସାମୁଦ୍ରିକ ବାତ୍ୟା ‘ଫନୀ’ରେ ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହାର ମରାମତି କାର୍ଯ୍ୟ ତଥା ପୁନରୁଦ୍ଧାର ପାଇଁ ଓଏନଜିସି ମଙ୍ଗଳବାର ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥା (ଏଏସଆଇ)କୁ ଆର୍ଥିକ ସହାୟତାସ୍ୱରୂପ ୫ କୋଟି ଟଙ୍କା ଦାନ କରିଥିବାରୁ ଓଏନଜିସି ସଂସ୍ଥାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତିା

ସେହିପରି କୋଣାର୍କ କେବଳ କଳାକୃତି ନୁହେଁ ଏହା ଓଡିଆ ଆତ୍ମପରିଚୟ। ଓଡିଆ ଜାତି ଏକ ବୈଜ୍ଞାନିକ ପୃଷ୍ଠଭୂମିର ଆଧାରରେ ବିଶ୍ୱର ଆଶ୍ଚର୍ଯ୍ୟ କୋଣାର୍କକୁ ନିର୍ମାଣ କରିଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରେ ସାମୁଦ୍ରିକ ବାତ୍ୟା ‘ଫନୀ’ ପ୍ରଭାବରେ ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାର ମରାମତି ଓ ସଂରକ୍ଷଣ ଦାୟିତ୍ୱ ଏଏସ୍ଆଇ ତୁଲାଉଥିବା ବେଳେ ଏଭଳି ପରିପ୍ରେକ୍ଷୀରେ ଓଏନଜିସିର ଏହି ଆର୍ଥିକ ସହାୟତାକୁ ଶ୍ରୀ ପ୍ରଧାନ ଗଭୀର ପ୍ରଶଂସା କରିଛନ୍ତି।