Odiapua.com

ପୁରୀ : ଖବର କାଗଜ ହକରମାନଙ୍କୁ ପରିଚୟ ପତ୍ର ବିତରଣ

ପୁରୀ ୨୨.୦୪ (ଓଡ଼ିଆ ପୁଅ) – ଜିଲ୍ଲାର ଖବର କାଗଜ ହକରମାନଙ୍କୁ ପରିଚୟ ପତ୍ର ବିତରଣ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ହକରମାନଙ୍କୁ ଏହି ପରିଚୟ ପତ୍ର ବିତରଣ କରିଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅନୁମୋଦନ ଅନୁଯାୟୀ ଜିଲ୍ଲାର ୩୦୩ ଜଣ ହକରମାନଙ୍କ ପରିଚୟ ପତ୍ର ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ଶ୍ରୀ ଜାନକୀ ନନ୍ଦନ ମହାନ୍ତି, ଶ୍ରୀ ହରିହର ମହାନ୍ତି, ଶ୍ରୀ ଶାନ୍ତନୁ କୁମାର ସାହୁ, ଶ୍ରୀ ଆନନ୍ଦ ଚରଣ ସାହୁ, ଶ୍ରୀ ଭିକାରୀ ଚରଣ ସାହୁ, ଶ୍ରୀ ସୀମାଞ୍ଚଳ ପାଣିଗ୍ରାହୀ, ଶ୍ରୀ ରାଜେଶ ମୁଦୁଲି, ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଶ୍ରୀ ଅରକ୍ଷିତ ଦେଓ ପ୍ରମୁଖଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଏଥି ନିମନ୍ତେ ହକରମାନେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଗତ ଡିସେମ୍ବର ୨୩ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସି ମାଧ୍ୟମରେ ହକରମାନଙ୍କୁ କୋଭିଡ ସହାୟତା ପ୍ରଦାନ କରିଥିଲେ।