Odiapua.com

ପୁରୀ କୋଣାର୍କ ବେଳାଭୂମି ସମୁଦ୍ର କୂଳରେ ମଣିଷ କଙ୍କାଳ

ପୁରୀ ୨୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ କୋଣାର୍କ ବେଳାଭୂମି ସମୁଦ୍ର କୂଳରେ ପଡିଛି ମଣିଷ କଙ୍କାଳ। ନୂଆନଈ ମୁହାଣ ଠାରୁ ରାମଚଣ୍ଡୀ ନଇ ମୁହାଣ ମଧ୍ୟରେ ପଡି ରହିଛି ଏହି କଙ୍କାଳ। ଖବର ପାଇ ଘଟଣାସ୍ଥଳରେ ମେରାଇନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି କଙ୍କାଳ କାହାର ସେନେଇ ସ୍ପଷ୍ଟ ହୋଇନାହିଁ। କଙ୍କାଳ ପାଖରେ ଏକ ପ୍ୟାଣ୍ଟ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ପୋଲିସ କଙ୍କାଳକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।