Odiapua.com

ପୁରୀ : କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ କୋଭିଡ୍ ସମୀକ୍ଷା

ପୁରୀ, ୨୨/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ଜିଲାରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଜିଲାର ଆକ୍ରାନ୍ତ ଙ୍କ ସଂଖ୍ୟା ପ୍ରାୟ ୨ ହଜାର ୩ ଶହ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧ ହଜାର ଆକ୍ଟିଭ୍ କେସ ରହିଛି। ଜିଲାରେ ୨୩୦୦ ଆକ୍ରାନ୍ତ ଙ୍କ ମଧ୍ୟରୁ ପୁରୀ ସହରରେ ପ୍ରାୟ ୮୦୦ ଆକ୍ରାନ୍ତ ରହିଥିବା ବେଳେ ୪୦୦ ଆକ୍ଟିଭ୍ କେସ ରହିଛି। ଗୁରୁବାରଦିନ ପୁରୀର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ୍ କୁମାର ସାମଲ। ପୁରୀ ଜିଲାପାଳ ରୋଗୀ ସଂକ୍ରମଣ ଓ ଏହାର ନିରାକରଣ ପଦକ୍ଷେପ ଉପରେ ଆରଡିସି ଙ୍କୁ ଅବଗତ କରାଇଥିଲେ। ତେବେ ସଂକ୍ରମଣ ସଂଖ୍ୟା କିପରି କମିପାରିବ ସେ ନେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ଆରଡିସି କହିବା ପରେ ଜିଲାପାଳ ଭିଡିଓ କନଫରେନ୍ସ ଜରିଆରେ ପୁରୀ ଜିଲାର ସମସ୍ତ ବିଡିଓ, ମେଡିକାଲ ଅଫିସର, ତହସିଲଦାର ଓ ଥାନା ଅଧିକାରୀ ଙ୍କ ସହ ଜିଲାର କୋଭଡ୍ ସ୍ଥିତି ମ୍ୟାନେଜମେଂଟ, ହୋମ ଆଇସୋଲେସନ, ଆରଆରଟି ଟିମ ପରିଦର୍ଶନ, କୋଭଡ୍ କେୟାର ହୋମ ଓ ସଂକ୍ରମଣ ପରିପେକ୍ଷୀରେ ଆଇନ ଶୃଙ୍ଖଳା ରଖିବା ଉପରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକ ରେ ଏଡିଏମ, ଡିଆରଡିଏ- ପ୍ରକଳ୍ପ ନଦେର୍ଶକ, ସିଡିଏମଓ ଓ ଅତିରିକ୍ତ ଏସପି ଉପସ୍ଥିତ ଥିଲେ।