Odiapua.com

ପୁରୀ: ଏମାର ମଠର ଖନନ ସ୍ଥଳରେ ଆଜି ଜିପିଆର ସର୍ଭେ

ପୁରୀ ୨୪-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଏମାର ମଠର ଖନନ ସ୍ଥଳରେ ଆଜି ଜିପିଆର ସର୍ଭେ କରାଯାଇଛି। ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡିଛି। ଏଥି ସହିତ ଏମାର ମଠ ଜାଗାରେ ବି ସର୍ଭେ କରୁଥିବା ଦେଖିବାକୁ ମିଳିଛି। ଯେଉଁ ମେସିନ ଜରିଆରେ ସର୍ଭେ କରାଯାଉଥିଲା ତାହା ଜିପିଆରଏସ ମେସିନ ବୋଲି ଜଣାପଡିଥିଲା। ଓବିସିସି ଚିଠିକ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା କହିଛନ୍ତି ସର୍ଭେ କରୁଥିବା ଅଧିକାରୀ। ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ଜରିଆରେ ଏହି ସର୍ଭେ କରାଯାଉଛି। ତେବେ ଆଜି ଏହି ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏଥିରେ ତିନଟି ମେସିନ ବ୍ୟବହାର ହେଉଥିବା ବେଳେ ୫ ଜଣ ଇଂଜିନିୟର ଏବଂ ୮ ଜଣ କର୍ମଚାରୀ କାର୍ଯ୍ୟରେ ଲାଗିଥିଲେ। ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନ ଭିତରେ ଏହି ସର୍ଭେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସର୍ଭେ ରିପୋର୍ଟ ଖୁବଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଇଂଜିନିୟର।