Odiapua.com

ପୁରୀର ଧନୁଆ ନଦୀର ବନ୍ୟାରେ ସୁବର୍ଣ୍ଣପୁର ଗବକୁଣ୍ଡ ରାସ୍ତାର ସୃଷ୍ଟି ହେଇଛି କୋଡ଼ିଏ ଫୁଟର ଘାଇ

ପୁରୀ ୨୨-୮ (ଓଡ଼ିଆ ପୁଅ) ପୁରୀର ଧନୁଆ ନଦୀର ବନ୍ୟାରେ ସୁବର୍ଣ୍ଣପୁର ଗବକୁଣ୍ଡ ରାସ୍ତାର ନନ୍ଦୀଗୋରଡ଼ା କେନାଲ ବନ୍ଧରେ ସୃଷ୍ଟି ହେଇଛି କୋଡ଼ିଏ ଫୁଟ ର ଘାଇ। ଏହି ଘାଇ ଦ୍ଵାରା ପ୍ରଭାବିତ ହୋଇଛି ସତ୍ୟବାଦୀ ବ୍ଲକ୍ ର କେତକୀପାଟଣl, ବଳରାମପୁରଗଡ଼ ପଞ୍ଚାୟତର ୯ଟି ଗ୍ରାମ। କେତକୀପାଟଣା ପଂଚାୟତର ନନ୍ଦୀ ଗୋରଡ଼ା, ନାହକସାହି, ଦେଉଳପlରୀ, ବିଶ୍ଵନାଥ ଦେଉଳି, ବାଲିଉପର, ନୂଆ ବୁଢ଼ାକେରା ଏବଂ ପୁରୁଣା ବୁଢ଼ାଜେରା ଏବଂ ଗୋପ ବ୍ଲକ୍ ନୂଆ ଖୋଲମରା, କାଳିଆ ପୋଖରୀ, ଆଦି ଗ୍ରାମ। ସ୍ଥିତି ଅନୁଧ୍ୟାନ କରିଛନ୍ତି ସତ୍ୟବାଦୀ ବିଡ଼ିଓ। ଜଳବନ୍ଦୀରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି। ବିପନ୍ନଙ୍କୁ ରନ୍ଧା ଖାଦ୍ୟ ସମେତ ସମସ୍ତ ସାହାଯ୍ୟ ଯୋଗାଇ ଦେଇଛି ପ୍ରଶାସନ। ୪୦ ଟି ପରିବାରର ୧୫୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ସତ୍ୟବାଦି ବିଡ଼ିଓ ସୂଚନା ଦେଇଛନ୍ତି।