Odiapua.com

ପୁରୀରେ ୨୦ ତାରିଖରୁ ୩ ଦିନିଆ ଆୟୁର୍ବେଦ ପର୍ବ

ପୁରୀ ୧୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଚଳିତ ମାସ ୨୦ ତାରିଖରୁ ତିନି ଦିନିଆ ଆୟୁର୍ବେଦ ସମ୍ମେଳନ ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଆୟୁର୍ବେଦ ପର୍ବ ପାଳନ ସମ୍ପର୍କରେ ସର୍କିଟ ହାଉସ ଠାରେ ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ସାହୁ ଆୟୁର୍ବେଦ ଚିକିତ୍ସା ବିଶ୍ୱର ସର୍ବ ପୁରାତନ ଚିକିତ୍ସା ଶାସ୍ତ୍ର ବୋଲି କହିଥିଲେ। ଓଡିଶା ରାଜ୍ୟ ଆୟୁର୍ବେଦ ମହାସମ୍ମେଳନ ପକ୍ଷରୁ ଅଖିଳ ଭାରତୀୟ ଆୟୁର୍ବେଦ ମହାସମ୍ମେଳନ ର ଆୟୋଜନ କରାଯାଇଛି ଓ ଚଳିତ ମାସ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ ବୋଲି କହିଥିଲେ।ବିସ୍ତୃତ ସୂଚନା ଦେଇ ରାଜ୍ୟ ଆୟୁର୍ବେଦ ସଂଘର ସଭାପତି ଡା ଉମେଶ ଚନ୍ଦ୍ର ପୃଷ୍ଟି ଓ ସମ୍ପାଦକ ଡା ଗୌରୀ ଶଙ୍କର ମିଶ୍ର ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଣାଳୟ ଦ୍ଵାରା ବିଭିନ୍ନ ରାଜ୍ୟରେ ଆୟୁର୍ବେଦ ମହାସମ୍ମେଳନ ମାଧ୍ୟମରେ ଆୟୁର୍ବେଦ ପର୍ବ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଆମ ରାଜ୍ୟ ସହ ୫ଟି ରାଜ୍ୟ ରେ ଏହା ଆୟୋଜନ କରାଯାଉଛି। ଚଳିତ ବର୍ଷ ହର ଦିନ, ହର ଘର ଆୟୁର୍ବେଦ ର ବିଷୟ ବା ଥିମ ରହିଛି।ଏହାର ଉଦ୍ଦେଶ୍ୟ ଆମର ପ୍ରାଚୀନ ଚିକିତ୍ସା ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା। ଏହି ୩ ଦିନିଆ ସମ୍ମେଳନରେ ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ, ହୋମିଓପ୍ୟାଥିକ ଓ ତିବ୍ଦତୀୟ (ସୋୟା-ରିଗପା) ଚିକିତ୍ସା ର ପ୍ରଦର୍ଶନୀ କରାଯିବ।ବିଶେଷଜ୍ଞ ମାନଙ୍କ ଦ୍ୱାରା ଆଲୋଚନା ଚକ୍ର, ମାଗଣାରେ ସ୍ୱାସ୍ଥ୍ୟ ଚିକିତ୍ସା ଓ ଔଷଧ ବିତରଣ, ବ୍ୟବସାୟିକ ଆଲୋଚନା ଓ ଔଷଧୀୟ ବୃକ୍ଷର ପ୍ରଦର୍ଶନ ର ମଧ କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡା ବଲ୍ଲଭ କୁମାର ଜୟସିଂ, ଡା ଧନେଶ୍ୱର ବଳିଆର ସିଂ, ଡା ନରେନ୍ଦ୍ର ପ୍ରସାଦ ହୋତା, ଡା ଶିବ ପ୍ରସାଦ ମିଶ୍ର, ଡା ସରୋଜ କୁମାର ମିଶ୍ର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।