Odiapua.com

ପୁରୀରେ ସପତ୍ନୀକ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ

ପୁରୀ ୨୩-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଆଜି ସକାଳୁ ସେ ସପତ୍ନୀକ ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସେ ପୁରୀ ପହଞ୍ଚି ଶ୍ରୀମନ୍ଦିରକୁ ଯାଇଥିବା ବେଳେ ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ଦର୍ଶନ ସାରି ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି। ସାଙ୍ଗରେ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକୟନ ପାଣ୍ଡିଆନ ଆସିଥିଲେ।