Odiapua.com

ପୁରୀରେ ଲଗାଣ ବର୍ଷା : ପ୍ରବଳ ଗରମ ଓ ଗୁଳୁଗୁଳି ରୁ ରକ୍ଷା ପାଇଛନ୍ତି ପୁରୀ ବାସୀ

ପୁରୀ ୨୨-୫ (ଓଡ଼ିଆ ପୁଅ) ପୁରୀରେ ଲଗାଣ ବର୍ଷା ହେଉଛି। ଏହା ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇଛନ୍ତି ପୁରୀବାସୀ। ତେବେ ଗତକାଲି ବିଳମ୍ବିତ ରାତିରୁ ପୁରୀରେ ତୁହା କୁ ତୁହା ବର୍ଷା ଲାଗି ରହିଛି।

ଅପର ପକ୍ଷରେ ଆଜି ପବିତ୍ର ଭଉଁରୀ ତିଥିରେ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନ ସମ୍ପନ୍ନ ହୋଇଛି। ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ସେଠାରେ ରଥ ନିର୍ମାଣ ସେବକମାନଙ୍କ ଉପସ୍ଥିତିରେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ ହୋଇଅଛି।