Odiapua.com

ପୁରୀରେ ମିଲେଟ ଫୁଡ୍ ମେଳା

ପୁରୀ ୯-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦେଶୀ ଖାଦ୍ୟ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ଦୁଃସାଧ୍ୟ ରୋଗ ରୁ ମୁକ୍ତ ହୋଇ ପାରିବ। ନେହେରୁ ଯୁବ କେନ୍ଦ୍ର ପୁରୀ ପକ୍ଷରୁ ବୁଧବାର ପୂର୍ବାହ୍ନ ରେ ୟୁଥ୍ ହଷ୍ଟେଲ ଠାରେ ମିଲେଟ ଫୁଡ୍ ମେଳା ଉଦ୍ଘାଟନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଦର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଯେ ଆଜି କାଲି ର ଯୁବ ସମାଜ ଫାଷ୍ଟ ଫୁଡ୍ ଖାଇବା ପ୍ରତି ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି ଆମର ଦେଶୀ ଖାଦ୍ୟ ପ୍ରତି ସେତିକି ଆଗ୍ରହ ପ୍ରକାଶ କରୁନାହାନ୍ତି ଯଦ୍ୱାରା ଆଜି ସମାଜ ରେ କର୍କଟ ରୋଗ ଭଳି ବିଭିନ୍ନ ପ୍ରକାର ଦୁଃସାଧ୍ୟ ରୋଗରେ ପୀଡ଼ିତ ହେଉଥିବା ଦେଖା ଯାଉଛି ଇତି ନିମନ୍ତେ ମାଣ୍ଡିଆ ପ୍ରଭୃତି ଖାଦ୍ୟ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବା ଉପରେ ଗୁରୁତ୍ବ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ସୁକାନ୍ତ ମହାନ୍ତି, ବଦ୍ରି ମିଶ୍ର, ଦିଗମ୍ବର ବେହେରା, ବାଦଲ ବେହେରା ଓ ସନ୍ଦୀପ କୁମାର ସେନ ପ୍ରମୁଖ ଉଦବୋଧନ ଦେଇଥିଲେ ନେହେରୁ ଯୁବ କେନ୍ଦ୍ର ର ସଂଯାଯୋକ ଜୟ ଶଙ୍କର ଯୋଶୀ ଅଧ୍ୟାକତା କରିବା ସହ ମୀଲେକ୍ ଫୁଟ ମେଳାର ଉଦ୍ଦେଶ୍ୟ ଓ ତାପ୍ତର୍ଯ୍ୟ ସମ୍ପର୍କ ରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଉକ୍ତ ଉତ୍ସବରେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜାତୀୟ ସମାଜ ସେବା ସଂସ୍ଥା ସଂଗଠନର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଅଶୋକ କୁମାର ବେହେରା ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ।